ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁରରେ ୧୦ମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦଯାପିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲରେ ତା.୨୫.୧୧.୨୦୨୪ ରୁ ତା.୨୭.୧୧.୨୦୨୪ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଉକ୍ତ ଶିବିରରେ ରେଡକ୍ରସ ପ୍ରଶିକ୍ଷଣ ସହ ସ୍ବାସ୍ଥ୍ୟ, ସଡ଼କ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂପର୍କରେ ଜିଲ୍ଲାର ବାରଗୋଟି ବ୍ଲକରୁ ଆସିଥିବା ୧୨୦ ଜଣ ଶିକ୍ଷାର୍ଥୀ ପ୍ରଶିକ୍ଷଣ ନେଇଥିଲେ । ଦ୍ବାଦଶ କୁମାର ପ୍ରଧାନ, ଧର୍ମରାଜ ପ୍ରଧାନ, ମହେନ୍ଦ୍ର ଆଚାର୍ଯ୍ୟ, ମନୋଜ କୁମାର ସାହୁ, ମନୋହର ଦାଶ, ସୌମ୍ୟାଶ୍ରୀ ଭୋଇ ପ୍ରମୁଖ ରେଡକ୍ରସ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଡାକ୍ତର ପ୍ରଜ୍ଞା ପରମିତା ପାତ୍ର ରକ୍ତଦାନ ଓ ଏଡସ, ଭକ୍ତ ଚରଣ ତାଣ୍ଡିଆ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ଅତିରିକ୍ତ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସାଗୁଆ ମାଝୀ ସଡକ ସୁରକ୍ଷା ସଂପର୍କରେ ଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ କୁଇଜ୍, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦଳଗତ ନୃତ୍ୟ ପ୍ରତିଯୋଗିତାରେ ବିଜେପୁର ବ୍ଲକର ନୃତ୍ୟଦଳ ଉତ୍ତିର୍ଣ୍ଣ ହୋଇଥିବା ହେତୁ ରାଜ୍ୟ ସ୍ତରୀୟ ରେଡକ୍ରସ୍ ଶିବିରରେ ସେମାନେ ଅଂଶଗ୍ରହଣ କରିବେ । ଦ୍ବିତୀୟ ଦିବସର ସାଂସ୍କୃତିକ ସନ୍ଧ୍ୟା ଅବସରରେ ବିଶ୍ବବାଣୀ ପଶ୍ଚିମ ଓଡ଼ିଶା ବ୍ୟୁରୋଚିଫ ନିରଞ୍ଜନ ତ୍ରିପାଠୀ, ପ୍ରମେୟର ପାଣ୍ଡବ ପଧାନ, ସମ୍ବାଦର ସୂନୀଲ ମିଶ୍ର, ସମାଜର ଜିତେନ୍ଦ୍ରିୟ ମେହେର,ଏମବିସିର ଆକାଶ ମେହେର, ହଟ୍ ନିଉଜ୍ 24ର ସ୍ବତନ୍ତ୍ର ପ୍ରତିନିଧି ଜଗନ୍ନାଥ କୁମ୍ଭାର ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିଗଣଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଯୋଗୀତାରେ ବିଜେପୁର ବ୍ଲକର ନୃତ୍ୟ ଦଳ ରାଜ୍ୟସ୍ତରୀୟ ରେଡକ୍ରସ ଶିବିରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । କନ୍ୟାଭୃଣ ହତ୍ୟା, ନାରୀ ଶିକ୍ଷା, ରକ୍ତଦାନ ମହାନତା ବିଷୟରେ ସଚେତନତା ସୃଷ୍ଟି ପାଇଁ ଭବ୍ୟ ଶୋଭାଯାତ୍ରାରେ ଶିବିର ସମସ୍ତେ ବିଜେପୁର ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ବରିଷ୍ଠ ନାଗରିକଗଣ ସାମିଲ୍ ହେଇଥିଲେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ସମାରୋହ ଆୟୋଜିତ ହୋଇଥିଲା । ତହସିଲଦାର କର୍ଣ୍ଣ ସୁନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀଗଣଙ୍କୁୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ ପଟ୍ଟନାୟକ, ସରପଞ୍ଚ ସଂଘ ସଭାନେତ୍ରୀ ସବିତା ସାହୁ, ସାମାଜିକ କର୍ମୀ ଜୟକୃଷ୍ଣ ଡନସନା, ଜିଲ୍ଲା କ୍ରୀଡା ଅଧିକାରୀ ସୁଦୀପ୍ତ କୁମାର ନାଏକ, ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ବଲାଙ୍ଗୀର ଜେ.ଆର.ସି.ଓ ରାମ ନାରାୟଣ ଦାଶ, ବୌଦ୍ଧ ଜେ.ଆର.ସି.ଓ ବନମାଳୀ ମେହେର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରଷ୍କୃତ କରିଥିଲେ । ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ବେହେରା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମୁନସୀ ପାତ୍ର ସଭାକୁ ପରିଚାଳନା କରିଥିଲେ ଓ କୃଷ୍ଣଚନ୍ଦ୍ର ନାଏକ ଧନ୍ୟବାଦ ଜ୍ଞାପନ କରିଥିଲେ । ପରେ ଉଦଯାପନୀ ସମାରୋହର ଅତିଥିଙ୍କ ଦ୍ବାରା ରେଡକ୍ରସ ପତାକା ଅବତରଣ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକର ରେଡକ୍ରସ କାଉନସିଲର, ସ୍ଥାନୀୟ ବ୍ଲକର କାଉନସିଲର, କ୍ରୀଡା ଶିକ୍ଷକ ଓ ସି.ଆର୍.ସି.ସି.ଗଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


- ବିଶ୍ବ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ
- ବିଶ୍ୱ ପରିବେଶ ଦିବସ ଅବସରରେ ବିଜେପୁର ଏନଏସିରେ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
- ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ ବରଗଡ଼ ଗସ୍ତ
- ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
- ଏସ୍ଆଇଆର୍ ନିମନ୍ତେ ବରଗଡ଼ ଜିଲ୍ଲାରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ



