

୫୧ତମ ବ୍ଳକ ସ୍ତରୀୟ ଗୁରୁଦିବସ ପାଳନ


ବରଗଡ଼/ଅତାବିରା : ବରଗଡ ଜିଲ୍ଲା ଅତାବିରା ଦୁର୍ଗା ମଣ୍ଡପରେ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ଅତାବିରା ତରଫରୁ ୫୧ତମ ବ୍ଲକ ସ୍ତରୀୟ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର କୁମାର ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ସରୋଜ କୁମାର ଭୁଏ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାଶ, ଅତାବିରା ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମୁକେଶ ଭୋଇ ଓ କାର୍ତ୍ତିକ ବାଗ ମଞ୍ଚାସୀନ ଥିଲେ । ସଂଘର ସହ-ସମ୍ପାଦକ ଲୋକନାଥ ମହାନନ୍ଦ ସ୍ୱାଗତ ଭାଷଣ, ଶିକ୍ଷକ ନନ୍ଦିଘୋଷ ଭୁଏ ବାର୍ଷିକ ବିବରଣୀ ପଠନ ଓ ଶିକ୍ଷୟିତ୍ରୀ ରଶ୍ମିରାଣୀ ନନ୍ଦ, ମୀମାଂସା ଯୋଶୀ, ଯୋଗେଶ୍ୱରି ଦଂଶନା, ରଞ୍ଜୁଲତା ମିଶ୍ର ଓ କଲ୍ୟାଣୀ ପତି ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।


ଶିକ୍ଷକ କେଶବ ଛନ୍ଦ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଚଳିତ ଶିକ୍ଷାବର୍ଷରେ ଅବସର ଗ୍ରହଣ କରିଥିବା ୧୫ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ପୁଷ୍ପମାଲ୍ୟ, ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥି ସହିତ ପୂର୍ବ ବର୍ଷ ମାନଙ୍କରେ ଅବସର ଗ୍ରହଣ କରିଥିବା ୩୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଫୁଲ ଚନ୍ଦନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ନିମନ୍ତ୍ରୀତ ଅତିଥିବୃନ୍ଦ ଗୁରୁ-ଶିଷ୍ୟ ଭାରତୀୟ ପରମ୍ପରା ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ ବ୍ଲକର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ସନ୍ତୋଷ କାଲୋ ଧନ୍ୟବାଦ ଜ୍ଞାପନ କରିଥିଲେ ।





