

ସମ୍ବର୍ଦ୍ଧିତ ହେଲେ ପନ୍ଦର ଜଣ ଶିକ୍ଷକ


ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଶିକ୍ଷକ ଭବନର ନବନିର୍ମିତ ସଭାମଣ୍ଡପରେ ଦୁଇ ଦିନ ଧରି ଆୟୋଜିତ ଗୁରୁ ପୂଜନୋତ୍ସବ ରବିବାର ଉଦଯାପିତ ହୋଇଯାଇଛି । ସଭାପତି ସନ୍ତୋଷ ବାଗଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର, ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକ ଉପସ୍ଥିତ ଥିଲେ ।


ଏହି ଅବସରରେ ବିଗତ ଦିନରେ ଅବସରପ୍ରାପ୍ତ ପନ୍ଦର ଜଣ ଶିକ୍ଷକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରେମରାଜ ପଧାନ ଅତିଥି ପରିଚୟ ପ୍ରଦାନ, ଶଶିଭୂଷଣ ସାହୁ ଉଦ୍ଦେଶ୍ୟ ଜ୍ଞାପନ ଓ ଅକ୍ଷୟ ଦାଶ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସମ୍ପାଦକ ସୌମ୍ୟରଞ୍ଜନ ପଧାନ ସମ୍ପଦକୀୟ ବିବରଣୀ ପଠନ କରିଥିଲେ । ବଡବାଉଁଶେନ ସିଆରସିସି ଦୁର୍ବାଦଳ ବଡଗୋଛିଆଙ୍କ ସଂଯୋଜନାରେ ପରିଚାଳିତ ସଭାରେ ବିଜୟ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।


ଶନିବାର ଦିନ ଗୁରୁ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ଉପସ୍ଥିତ ରହି ସାଂସଦ ପାଣ୍ଠିରୁ ନବ ନିର୍ମିତ ହୋଇଥିବା ଶିକ୍ଷକ ଭବନର ସଭାମଣ୍ଡପକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷୟିତ୍ରୀ ମନ୍ଦାକିନୀ ପଧାନ ଅତିଥି ପରିଚୟ, ଶଶିଭୂଷଣ ସାହୁ ଉଦ୍ଦେଶ୍ୟ ଜ୍ଞାପନ ଓ ଅକ୍ଷୟ ଦାଶ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସଭାପତି ସନ୍ତୋଷ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ସମ୍ପାଦକ ସୌମ୍ୟରଞ୍ଜନ ପଧାନ ମଞ୍ଚାସୀନ ଥିଲେ । ଶିକ୍ଷକ ବିଜୟ ରଞ୍ଜନ ଦାଶ ସଭା ପରିଚାଳନା କରିଥିଲେ । ଶିକ୍ଷକ ପ୍ରେମରାଜ ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ।





