

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବନ୍ଧପାଲିରେ ଜ୍ଞାନବିଜ୍ଞାନ ମେଳା
ବରଗଡ/ବରପାଲି : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବନ୍ଧପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସମ୍ପାଦକ ସଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଘରଯୁଗୀ ଗଡତିଆ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଆଚାର୍ଯ୍ୟ ଜାତେନ୍ଦ୍ରିୟ ପୂଜାରୀଙ୍କ ସମେତ ଗୋରୀ କୁମାର ସାହୁ, ଲକ୍ଷ୍ମଣ ମହାପାତ୍ର, ରାମପ୍ରସାଦ ମେହେର ମଞ୍ଚାସୀନ ଥିଲେ । ଆଚାର୍ଯ୍ୟା ଜ୍ୟୋତ୍ସ୍ନା ମହପାତ୍ର ଓ ରାଜେଶ୍ବରୀ ସାହୁ ମଞ୍ଚ ପରିଚାଳନାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପୂଜାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ପ୍ରମୁଖ ଗୌରୀ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ ଓ ବରିଷ୍ଠ ଆଚାର୍ଯ୍ୟ ବିଜୟ କୁମାର ଷାଣ୍ଢ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ୨୨୪ ରୁ ଉର୍ଦ୍ଧ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଘରଯୁଗୀ ଗଡତିଆ, ଆଶୁତୋଷ ମହାପାତ୍ର ଓ ଅବିନାଶ ଦାଶ ବିଚାରକ ଭାବେ ଦାୟୀତ୍ବ ତୁଳାଇଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା, ସେବକ/ସେବିକା ତଥା ଶୁଭେଚ୍ଛଙ୍କ ଉପସ୍ଥିତି ତଥା ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।


