

ବରିଷ୍ଠ ନାଗରିକ ସଂଘ ତରଫରୁ ବନ ମହୋତ୍ସବ ପାଳନ


ବରଗଡ/ବିଜେପୁର : ଅଦ୍ୟ ତା.୩୦.୦୭.୨୦୨୬ ଗୁରୁବାର ଦିନ ସ୍ଥାନୀୟ ଗୁରୁବାରୀ ମିର୍ଦ୍ଧା ମିନି ଷ୍ଟାଡିୟମ ପରିସରରେ ବରିଷ୍ଠ ନାଗରିକ ସଂଘ ବିଜେପୁର ତରଫରୁ ବନ ମହୋତ୍ସବ ୨୦୨୬ ପାଳନ ଓ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଭାପତି ନବ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଲ ଅତିଥି ଭାବେ ବ୍ଲକ ଚେୟାରମେନ୍ ଜୟକୃଷ୍ଣ ଡନସନା, ମୁଖ୍ୟବକ୍ତା ଭାବେ ପ୍ରକୃତିବନ୍ଧୁ ମୀନକେତନ ସାହୁ, ସମ୍ମାନୀତ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମୁରାରୀ ପ୍ରସାଦ ସାହୁ, ରେଡିଏନ୍ସ କଲେଜର ଅଧ୍ୟକ୍ଷ ଅଜିତ କୁମାର ମେହେର, ପାର୍ବତୀ ଗିରୀ ବୃଦ୍ଧାଶ୍ରମର ସଞ୍ଚାଳକ ଜଳନ୍ଧର ପଟେଲ, କୃଷକ ନେତା ସୁବାସ ପଧାନ ସମେତ ବିଜେପୁର ବନ ବିଭାଗୀୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ । ସଂଘର ଉପଦେଷ୍ଟା ଡଃ ତହସିଲ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ସହ-ସମ୍ପାଦକ ପଦ୍ମଲୋଚନ କର ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରେମରାଜ ପଟେଲଙ୍କ ମଞ୍ଚ ପରିଚାଳନାରେ ସମ୍ପାଦକ ହିମାଦ୍ରୀ ବିହାରୀ ବେହେରା ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । ବକ୍ତାମାନେ ସଂଘର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ ବୃକ୍ଷରୋପଣ ଠାରୁ ଏହାର ରକ୍ଷଣାବେକ୍ଷଣ ଉପରେ ବିଶେଷ ଧ୍ୟାନ ଦେବା ନିମିତ୍ତ ମତ ମତପୋଷଣ କରିଥିଲେ ।





