

ବରଡୋଲ ବିଜେତା, ଏମ୍.ଗଣ୍ଡପାଲି ଉପ-ବିଜେତା


ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ହାଇସ୍କୁଲ ପଡିଆ ଠାରେ ପଞ୍ଚ ଦିବସୀୟ ଫୁଟବଲ୍ ଲିଗ୍ ଉଦଯାପିତ ହୋଇଯାଇଛି । ଅମ୍ବେଦକର ଏଫ୍.ସି ତରଫରୁ ଆୟୋଜିତ ଉକ୍ତ ଲିଗ୍ ମ୍ୟାଚ୍ ରେ କନାପାଲି, ଏମ୍.ଗଣ୍ଡପାଲି, ଜାଳପାଲି, ଇଚ୍ଛାପୁର, ବଲୀଟିକିରା, କାଏଁଶିର, ଅଏଁଠାପାଲି, ଡୁମ୍ବେରପାଲି, ଖରମୁଣ୍ଡା, ବଲେନପାଲି, ବରଡୋଲ, ଖଲିଆପାଲି (ସୋନପୁର), ସନ୍ଧ୍ୟା ଏଫ୍.ସି, ପାଟଣାଗଡ଼, ବିଜେପୁର ଓ ଗର୍ଭଣା ଏପରି ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଥମ ସେମି-ଫାଇନାଲ୍ ଏମ୍.ଗଣ୍ଡପାଲି ଓ ଅଇଁଠାପାଲି ଏବଂ ଦ୍ବିତୀୟ ସେମି-ଫାଇନାଲ ସନ୍ଧ୍ୟା ଏଫ୍.ସି ପାଟଣାଗଡ଼ ଓ ବରଢୋଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖଳାଳୀମାନେ ପ୍ରତିଯୋଗୀତା ମୂଳକ ଉକ୍ତ ଖେଳକୁ ଉତ୍ସାହିତ ହୋଇ ଖେଳୁଥିବା ବେଳେ ଦର୍ଶକଙ୍କ ଆବେଗପୂର୍ଣ କୋଳାହଳ ସେମାନଙ୍କୁ ଆହୁରୀ ଊତ୍ସାହିତ କରୁଥିଲା । ଏମ୍.ଗଣ୍ଡପାଲି ଓ ବରଡୋଳ ଦଳ ଫାଇନାଲ ଖେଳ ପ୍ରଦର୍ଶନ କରିବାର ସୁଯୋଗ ଅକ୍ତିଆର୍ କରିଥିବା ବେଳେ ଖେଳ ଶେଷ ପର୍ଯ୍ୟନ୍ତ କେହି କାହାକୁ କୌଣସି ମତେ ଗୋଳ ଦେଇପାରି ନଥିଲେ , ତେଣୁ ପେନାଲ୍ଟି ସୁଟ ଆଉଟ ସୁଯୋଗରେ ବରଡୋଳ ଦଳ ବାଜିବାତ୍ କରି ବିଜେତା ପୁରଷ୍କାର ଅକ୍ତିଆର୍ କରିଥିବା ବେଳେ ଏମ୍.ଗଣ୍ଡପାଲି ଦଳକୁ ଉପ-ବିଛେତା ପୁରଷ୍କାର ଦିଆଯାଇଥିଲା । ଉକ୍ତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଧିମାନ ତରଣୀ ସୁନା, ବିଜେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପ୍ରଭାସିନୀ ବିଭାର, ସମ୍ମାନୀତ ଅତିଥି ଭାବେ ଗୁରୁଚରଣ ହରପାଲ, ବିକ୍ରମ ଛତର, ଓକିଲ ପୂର୍ଣଚନ୍ଦ୍ର ପାଇକ, ବୀରେନ୍ଦ୍ର ମହାନନ୍ଦ, ସୁରେନ୍ଦ୍ର ମୋହନ ପଧାନ, ସୁଶାନ୍ତ ଗଡତିଆ, ନବୀନ ମହାନନ୍ଦ, ଦିଲ୍ଲୀପ ଦୀପ, ରବି ସାଗର ଆଦି ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପି.ଇ.ଟି ରଞ୍ଜୁ ଛତ୍ରିଆ, କରୁଣା ପଧାନ, ବେଣୁ ତଣ୍ଡିଆ ଓ ଅନିରୁଦ୍ଧ ସମଗ୍ର ଖେଳକୁ ପରିଚାଳନା କରିଥିବା ବେଳେ ଚଙ୍କଧର ବାଗ, ପୁରନ୍ଦର ଛଚାନ ଓ ଋଷୁଭ ବିଶି ଉଦ୍ଘୋଷକ ଦାୟୀତ୍ବ ତୁଳାଇଥିଲେ । ବରଡୋଳର ରାକେଶ ବାରିକଙ୍କୁ ମେନ୍ ଅଫ୍ ଦ ମ୍ୟାଚ ଏବଂ ଏମ୍.ଗଣ୍ଡପାଲିର ଶ୍ରୀକାନ୍ତଙ୍କୁ ମେନ୍ ଅଫ୍ ଦ ସିରିଜ୍ ପୂରଷ୍କାର ପ୍ରଦାନ କରାଯାଇଥିଲା ।



