

ପ୍ରକୃତି ପ୍ରତି କୃତଜ୍ଞତାର ଅଭିବ୍ୟକ୍ତି – ନୂଆଁଖାଇ


ସମ୍ବଲପୁର : ସମ୍ବଲପୁର ସ୍ଥାନୀୟ ତପସ୍ବିନୀ ପ୍ରେକ୍ଷାଳୟରେ ଡକ୍ଟର ବି.ଆର ଆମ୍ବେଦକର ସୋସିଆଲ ଓ୍ବେଲଫେଆର ଫେଡେରେସନ ଏବଂ ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଘ, ସମ୍ବଲପୁରର ମିଳିତ ଆନୁକୁଲ୍ୟରେ ଚତୁର୍ଥ ନୂଆଁଖାଇ ଭେଟ୍ଘାଟ୍ ଏବଂ ପାରିବାରିକ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ହେଉଛି ମାଟି ମାଆ, ଅନ୍ନଦାତା ଏବଂ ପ୍ରକୃତି ପ୍ରତି କୃତଜ୍ଞତାର ଅଭିବ୍ୟକ୍ତି ଜଣାଇବାର ପ୍ରମୁଖ ପର୍ବ । ଏହା ସହିତ ଧନୀ ଗରିବ, ଉଚ୍ଚ ନୀଚ, ରାଗରୋଷ ଭେଦଭାବ ଭୁଲି ପରସ୍ପର ସହିତ ଏକତା, ଭାଇଚାରା ଏବଂ ଭାବର ବନ୍ଧନରେ ବାନ୍ଧି ହେବାର ଏକ ମହାର୍ଘ୍ୟ ଅବସର ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ସଭାପତି ଇଂ ଦ୍ବିତୀୟା ଗର୍ଡିଆଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଇଂ ବୀରେନ୍ଦ୍ର କୁମାର ଜଗତ, ମୁଖ୍ୟବକ୍ତା ଭାବେ ମହିଳା ସଂଘର ସଭାପତି ଅନୁପମା ନାଗ, ସମ୍ମାନୀତ ଅତିଥି ଭାବେ ଟଙ୍କଧର ନାଗ ଏବଂ ବରୁଣ ସୁନା, ମଞ୍ଜାସୀନ ଥିଲେ । ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ଡ. ପଲ୍ଲବୀ ଗର୍ଡିଆ, ସଂଗୀତ, ନୃତ୍ୟ, ସାହିତ୍ୟ ଏବଂ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷ ଲାଭ କରିଥିବା ସୁନାମଧନ୍ୟ କଣ୍ଠଶିଳ୍ପୀ ଦିଲୀପ ବାଗ ଏବଂ ଲିପିକା ବିଭାର, ସମାଜସେବା ପାଇଁ ବିପ୍ରଚରଣ ଜୟପୁରିଆ, କର୍ମଠ ସଦସ୍ୟ ଭାବେ ରାଜେଶ କୁମ୍ଭାରଙ୍କୁ ଡକ୍ଟର ବିଆର ଆମ୍ବେଦକର ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହିତ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଜୀବବିଜ୍ଞାନ ବିଭାଗରେ ମାଷ୍ଟର ଡିଗ୍ରୀ ଅଧ୍ୟୟନରତ ରୀତା ଜୟପୁରିଆଙ୍କୁ ଫେଡେରେସନ ତରଫରୁ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । କଣ୍ଠଶିଳ୍ପୀ ଦିଲୀପ ବାଗ, ଲିପିକା ବିଭାର, ବୀଣା ବାଗ, ପୁଷ୍ପରାଜ ସୁନା, ଦୀନେଶ ବାଗ, ଅନନ୍ତ ନାରାୟଣ ହରିପାଲ ଶୁଭମ୍ ବାଗ ପ୍ରମୁଖ ସୁମଧୁର ସଙ୍ଗୀତ ପରିବେଷଣ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ଘନଶ୍ୟାମ ମନ୍ଦୋଦରୀ ଓ ସାଥୀ ସହଯୋଗୀତା କରିଥିଲେ । ଏହି ଅବସରରେ ମିତାଲୀ ଶିଖା, ଛାୟା ତାଣ୍ଡି, ସମୀର ଶିଖା, ଦୀୟା କୁମ୍ଭାର, ପାଲକ କୁମ୍ଭାର, ସିପା ମନ୍ଦୋଦରୀ, ବାନୀ ବାଗ, ରାନୀ ବାଗ ନୃତ୍ୟ ପରିବେଷଣ କରିଥିଲେ । ରଞ୍ଜୁ ଭୋସାଗର, ବନିତା ବାଗ, ମଂଜୁ ଶିଖା, ସୁନୀତା ନାଗ, ପଂଚମଲାଲ ତାଣ୍ଡି, ଗଣେଶ ହରିପାଲ, ଉମାଶଂକର ଶିଖା, ରୀତେଶ ନାଗ, ସୁରେଶ ବାଗ, ଜଗମୋହନ ନାଗ, ଫକୀର ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସପ୍ନା ମନ୍ଦୋଦରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



