

ମାତାପିତାଙ୍କ ଗହଣରେ ସମ୍ବର୍ଦ୍ଧିତ ହେଲେ ମେଧାବୀ ଶିକ୍ଷାର୍ଥୀ


ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭି ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ପ୍ରଧାନ ଶିକ୍ଷକ ଗେହ୍ଲାମଣି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ପଞ୍ଚାୟତ ପକ୍ଷରୁ ନବନିର୍ମିତ ସଭାମଣ୍ଡପକୁ ସରପଞ୍ଚ ପ୍ରଭାସିନୀ ବିଭାର ବରେଣ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।


ଶିକ୍ଷାପ୍ରେମୀ ଘନଶ୍ୟାମ ସାହୁ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ ।ଏହି ଅବସରରେ କ୍ଲଷ୍ଟରର ଏକାଦଶଗୋଟି ସ୍କୁଲର ବେଣୁ ତାଣ୍ଡିଆ, ଯୋଗୀନ୍ଦ୍ର ପଧାନ, କୀରତି ଦୀପ, ନିରଞ୍ଜନ ସାହୁ, ଅରକ୍ଷିତ ଗଡତିଆ, ଆନନ୍ଦ ସାହୁ, ରବୀନ୍ଦ୍ର ସାହୁ, ଲୋକନାଥ ମଟାରୀ, ଗୋବିନ୍ଦ ସାହୁ, ବଳଦେବ ସାହୁ, ସାନନ୍ଦ ସାହୁ ପ୍ରମୁଖ ଚେୟାରମେନମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ସଂଘମିତ୍ରା ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷୟିତ୍ରୀ ମନ୍ଦାକିନୀ ପଧାନଙ୍କ ସଂଯୋଜନାରେ ଉଦଯାପନୀ ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଉଦ୍ଧବ ପଟେଲ ବରେଣ୍ୟ ଅତିଥି ଭାବେ ଯୋଗଦେଇ କୁନି ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ । ବିକାଶ ଚନ୍ଦ୍ର ଗଡତୀୟା ସ୍ବାଗତ ଭାଷଣ, ପ୍ରେମରାଜ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ପଦୋନ୍ନତି ପ୍ରାପ୍ତ ହୋଇ ପ୍ରଧାନ ଶିକ୍ଷକ ହୋଇଥିବା ଗେହ୍ଲାମଣି ମଲ୍ଲିକ, ଭାଦ୍ରବ ପାଣ୍ଡେ, ସାନନ୍ଦ ଭୋଇ, ଗହକିଲାଲ ନାଏକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।


୩ୟ ଓ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ନୀଲମ ଖମାରୀ, ବିନି ନାଏକ, ସାଗରିକା ଭୋଇ, ପରିଧି ନାଏକ, ରିଆଂଶ ସାହୁ, ପୀୟୂଷ ସାହୁ, ଅନୀମା ସାହୁ, ସରିତା ନାଏକ ପ୍ରମୁଖ ଶିକ୍ଷାର୍ଥୀଙ୍କୁ ତାଙ୍କର ମାତାପିତାଙ୍କ ଗହଣରେ ମୁମେଣ୍ଟୋ, ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।


ପରେ ଅନ୍ତର୍ଯ୍ୟାମୀ ଭୋଇଙ୍କ ସଂଚାଳନରେ ସମୃଦ୍ଧ ଭାଷା, ସମୃଦ୍ଧ ସଂସ୍କୃତି ଉପରେ ଛାତ୍ରୀ ଛାତ୍ରମାନେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ରମାକାନ୍ତ ସାହୁ, ମୀନାକ୍ଷୀ ରାଣୀ ରାଉତ, ସ୍ବର୍ଣ୍ଣପ୍ରଭା ମେହେର ପ୍ରମୁଖ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଦାୟିତ୍ଵ ସଂପାଦନ କରିଥିଲେ । ଏଥିରେ ବୁଡାପାଲି ଉଚ୍ଚ ବିଦ୍ୟାଳୟ, ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାରିଂ ଉଚ୍ଚ ବିଦ୍ୟାଳୟ ଯଥାକ୍ରମେ କୃତିତ୍ୱର ସହିତ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



