ନିଖିଳ ଓଡ଼ିଶା ଭାଗବତ ଟୁଙ୍ଗି ସୁରକ୍ଷା ସମିତିର କର୍ମକର୍ତ୍ତା ବୈଠକ

ନିଖିଳ ଓଡ଼ିଶା ଭାଗବତ ଟୁଙ୍ଗି ସୁରକ୍ଷା ସମିତିର କର୍ମକର୍ତ୍ତା ବୈଠକ

ଭୁବନେଶ୍ୱର : ଭୁବନେଶ୍ବର ୟୁନିଟ୍ ୪ ରେ ନିଖିଳ ଓଡ଼ିଶା ଭାଗବତ ଟୁଙ୍ଗି ସୁରକ୍ଷା ସମିତି, ଭୁବନେଶ୍ବରର ରାଜ୍ୟସ୍ତରୀୟ ପ୍ରଥମ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ତଥା ତତ୍ତ୍ବାବଧାରକ ଶଙ୍କର୍ଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ସମିତିର ଅଧ୍ୟକ୍ଷ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ବାଳ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସଂଗଠନ ସମ୍ପାଦକ ଡଃ ନାରାୟଣ ଚନ୍ଦ୍ର ସେନାପତି, ବରେଣ୍ୟ ଅତିଥି ଉପଦେଷ୍ଟା ଲକ୍ଷ୍ମୀଧର ସାହୁ, ସମ୍ମାନୀତ ଅତିଥି ଭାବେ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ସଂଗଠନ ସମ୍ପାଦକ ରମେଶ ସୁନା ତଥା କୋଷାଧ୍ୟକ୍ଷ ଡଃ ପୂର୍ଣ୍ଣ ଚନ୍ଦ୍ର ବେହେରା ମଞ୍ଚାସୀନ ଥିଲେ । ଓଡ଼ିଶାରେ କିପରି ପୁରାତନ ଭାଗବତ ଟୁଙ୍ଗିର ପୁନରୁଦ୍ଧାର, ସ୍ଥାଣୁ ପାଲଟିଥିବା ଭାଗବତ ଟୁଙ୍ଗି ସକ୍ରିୟ ହେବା ତଥା ନୂତନ ଭାଗବତ ଟୁଙ୍ଗି ନିର୍ମାଣ କରାଯାଇ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଘରେ ଭାଗବତ ପହଞ୍ଚିବ ପାରିବ ତାର ଉଦ୍ୟମ ପାଇଁ ଅତିଥି ମାନେ ଆହ୍ବାନ କରିଥିଲେ । ରାଜ୍ୟର ୩୦ ଜିଲ୍ଲାରୁ ଆସିଥିବା ସଭାପତି ସମ୍ପାଦକ ଓ ସକ୍ରିୟ ସଦସ୍ୟ ମାନେ ନିଜର ଅନୁଭୂତି ସହ ଏହାର ସଫଳ ରୂପାୟନ କାମନା କରିବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଥିଲେ । ସଭାରେ ମନୋଜ ଦାସଙ୍କ ମଞ୍ଚ ପରିଚାଳନାରେ ରାଜ୍ୟର ଶତାଧିକ ଭାଗବତ ପ୍ରେମୀ ଉପସ୍ଥିତ ଥିଲେ । ଶେଷରେ ପଦ୍ମଚରଣ ଆଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top