ଏମ୍.ଶ୍ରୀଗିଡାରେ ଜିଓ ନେଟଓ୍ବର୍କ ଦାବୀ

ଏମ୍.ଶ୍ରୀଗିଡାରେ ଜିଓ ନେଟଓ୍ବର୍କ ଦାବୀ

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ.ଶ୍ରୀଗିଡା ତଥା ଆଖ ପାଖ ଗ୍ରାମର ପ୍ରାୟ ୨୫୦୦ ରୁ ଉର୍ଦ୍ଧ୍ବ ଜିଓ ନେଟଓ୍ବର୍କ ର ଉପଭୋକ୍ତା ହୋଇ ଦୀର୍ଘ ଦିନ ହେଲା ରହିଛନ୍ତି । ଜିଓ ନେଟଓ୍ବର୍କ ର ଏତେ ଉପଭୋକ୍ତା ରହିଥିଲେ ସୁଦ୍ଧା ଏହି ପଞ୍ଚାୟତ ତଥା ଆଖ ପାଖ ଅଞ୍ଚଳରେ ନେଟଓ୍ବର୍କ ର ବହୁତ ଅସୁବିଧା ଲାଗି ରହିଥିବାରୁ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଅନଲାଇନ୍ କ୍ଲାସ୍ ସହିତ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ଅନଲାଇନ୍ ପଞ୍ଜୀକରଣ ତଥା ଅନ୍ୟାନ୍ୟ ଅନଲାଇନ୍ କାର୍ଯ୍ୟ ଗୁଡ଼ିକ ହୋଇପାରୁନାହିଁ । ଏହି ଅଞ୍ଚଳର ଜିଓ ନେଟଓ୍ବର୍କ ଉପଭୋକ୍ତା ଗଣ ଆଗରୁ ଜିଓ ନେଟଓ୍ବର୍କ ଅଫିସ୍ କୁ ଫୋନ ମାଧ୍ୟମରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଏତେ ଲୋକଙ୍କ ଅସୁବିଧା ରହୁଥିଲେ ମଧ୍ୟ ଜିଓ ନେଟଓ୍ବର୍କ ନିଜ ଉପଭୋକ୍ତାଙ୍କୁ ଅଣଦେଖା କରୁଛନ୍ତି। ଏଣୁ ଏହି ଉପଭୋକ୍ତା ଗଣ ଯଥାଶୀଘ୍ର ଏହି ଅଞ୍ଚଳରେ ଏକ 5G ଟାଓ୍ବାରର ବ୍ୟବସ୍ଥା କରାଯାଉ ବୋଲି ବରଗଡ ସ୍ଥିତ ଜିଓ କାର୍ଯ୍ୟାଳୟକୁ ଆସି ଦାବୀ ଜଣାଇଛନ୍ତି । ଯଥା ଶୀଘ୍ର ଟାଓ୍ବାରର ସୁବ୍ୟବସ୍ଥା କରାଗଲେ ୨୫୦୦ ରୁ ଅଧିକ ଉପଭୋକ୍ତାଙ୍କ ଅସୁବିଧା ଦୂର ହେବ, ନ ହେଲେ ଅନ୍ୟ କୌଣସି ଉପାୟ ନପାଇ ଅନ୍ୟ ନେଟଓ୍ବର୍କକୁ ପୋର୍ଟିଙ୍ଗ କରିବାକୁ ବାଧ୍ୟ ହେବେ ବୋଲି ନିଜର ଅଭିଯୋଗ ପତ୍ରରେ ଜଣାଇଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top