ସିନ୍ଦୁରପଙ୍କ ଶ୍ରୀରାମପାଲିରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ସିନ୍ଦୁରପଙ୍କ ଶ୍ରୀରାମପାଲିରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ସିନ୍ଦୁରପଙ୍କ ଶ୍ରୀରାମପାଲି ସ୍ଥିତ ସମଲେଈ ମନ୍ଦିର ପ୍ରାଙ୍ଗଣରେ ପୂର୍ବାହ୍ନରେ “ବିଶ୍ୱ ଶ୍ରମିକ ଦିବସ – ୨୦୨୬” ମହାସମାରୋହରେ ପାଳିତ ହୋଇଯାଇଛି | ବରିଷ୍ଠ ଚାଷୀନେତା ଶ୍ରୀଯୁକ୍ତ ରାମସାଗର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ବୁଦ୍ଧିଜୀବୀ ପରିଷଦର ସଭାପତି ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଉପସ୍ଥିତ ରହି ସଂଗଠନର ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶ୍ରମିକ ନେତା ଶ୍ରୀଯୁକ୍ତ ଭବାନୀ ଶଙ୍କର, ଉପସ୍ଥିତ ଥିବା ବେଳେ ସମ୍ପାଦକ ପ୍ରକୃତିବନ୍ଧୁ ଶ୍ରୀଯୁକ୍ତ ମେଘୁ ମୁଣ୍ଡା ସଂଯୋଜନା, ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିଲେ । ଉପସ୍ଥିତ ଶ୍ରମିକ ମାନେ ସମ୍ମୁଖୀନ ହେଉଥିବା ବିଜୁଳି ସମସ୍ୟା, ପାନୀୟ ଜଳ ସମସ୍ୟା, ସ୍ୱାସ୍ଥ୍ୟସେବା ସମସ୍ୟା, ମହିଳା ମାନଙ୍କ ସମସ୍ୟା, ସରକାରଙ୍କ ଠାରୁ ପକ୍କାଘର ଆଦି ବିଭିନ୍ନ ସରକାରୀ ସୁବିଧା ପାଇବାରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାମାନ ଉପସ୍ଥାପନ କରିଥିଲେ । ଶ୍ରମିକ ସଙ୍ଗଠନର ମହତ୍ତ୍ୱ, ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ମୁଖ୍ୟ ଅତିଥି ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇବା ସହିତ ସୁସଙ୍ଗଠିତ ଭାବେ ନିଜ ନିଜର ଅଧିକାର ସକାଶେ ଆଗାମୀ ଦିନରେ ଲଢ଼େଇ କରି ସମ୍ମାନ ପୂର୍ବକ ନିଶାମୁକ୍ତ ସୁସ୍ଥ ଜୀବନଯାପନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । କର୍ତ୍ତୃପକ୍ଷ ମାନଙ୍କ ସହ ଆଲୋଚନା ପୂର୍ବକ ସମସ୍ୟା ଗୁଡ଼ିକର ସମାଧାନର ଉଦ୍ୟମ କରାଯିବ ବୋଲି ସମ୍ମାନୀତ ଅତିଥି ଓ ଶ୍ରମିକ ମାନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଏହି ସମାରୋହରେ ନୀଳାଦ୍ରୀ ବେହେରା, ରଞ୍ଜିତା ରାଉତ, ସିନ୍ଧୁସୂତା ବେହେରା, କବିତା ଷଣ୍ଢ, ଅଞ୍ଜଳୀ ରାଉତ, ବବିତା ଠାକୁର, ଲଳିତା ଭୋଇ, ଶ୍ରୀମତୀ ଅଶ୍ବିନୀ ରାଉତ, ବିରଞ୍ଚି ବାଗ ଆଦି ଶତାଧିକ ଶ୍ରମିକ ଉପସ୍ଥିତ ଥିଲେ । ଶେଷରେ ଶ୍ରୀମତୀ ସୁନୀତି ଭୋଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top