

ଗଣ୍ଡା ସମାଜ କଲ୍ୟାଣ ପରିଷଦର ୨୭ତମ ସ୍ଥାପନ ଦିବସ


ବୁର୍ଲା : ଗଣ୍ଡା ସମାଜ କଲ୍ୟାଣ ପରିଷଦ ବୁର୍ଲା ଆନୁକୂଲ୍ୟରେ ସଭାପତି ନିହାଲ ସିଂ ଙ୍କ ସଭାପତିତ୍ବରେ ବୁର୍ଲା ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ଡ.ବି ,ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ସଭାପତି ଶ୍ରୀଯୁକ୍ତ ସିଂ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଉପ-ସଭାପତି ରାମକୃଷ୍ଣ ଶାସନି, ସଂଗଠନ ସମ୍ପାଦିକା ଯମୁନା ଶିକା, ନାରାୟଣ ବାରିକ, କ୍ଷିରୋଦ ନାୟକଙ୍କ ନେତୃତ୍ୱରେ ପେଟ୍ରୋଲ ପମ୍ପ ଦେଇ ଦୁର୍ଗା ମଣ୍ଡପ ଆଇଜି ମାର୍କେଟ୍ ପର୍ଯ୍ୟନ୍ତ ଗଣ୍ଡାବଜା ସହ ଶୋଭାଯାତ୍ରା ପହଞ୍ଚିବା ପରେ ଏକ ଆବେଗପୂର୍ଣ୍ଣ ସଭା ଆୟୋଜିତ ହୋଇଥିଲା ।


ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ.ଜିତେନ୍ଦ୍ର ହରିପାଲ, ମୁଖ୍ୟବକ୍ତା ଭାବେ ପ୍ରତିଷ୍ଠାତା ସଭାପତି ତଥା ଉପଦେଷ୍ଟା ମିନିକେତନ ବାଦି, ସମ୍ମାନୀତ ଅତିଥି ଭାବେ ବ୍ୟଙ୍ଗକବି ଗଦାଧର ନିଆଲଙ୍କ ସମେତ ରୂପାଞ୍ଜଳୀ ରଣବିଡା, ଭନ୍ତେ ଶୁମଙ୍ଗଳ ବୌଦ୍ଧ, ଡ.ବି.ଆର୍ ଆମ୍ବେଦକର ପ୍ରତିମୂର୍ତ୍ତି ଭବନ ସଭାପତି ଗୌରହରି ସେନାପତି, ଲିଙ୍ଗରାଜ ବାଗ, ଝସକେତନ ଦୀପ ଡ.ଶ୍ରୀହରି ନାଗ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଆସୁଥିବା ବ୍ୟକ୍ତି ବିଶେଷମାନଙ୍କୁ ଉପ-ସଭାପତି ଶିବଶଙ୍କର ପ୍ରଧାନଙ୍କ ସଭାପତିତ୍ବରେ ସମ୍ମାନୀତ କରାଯାଇଥିଲା ।


ସମ୍ମାନୀତ ବ୍ୟକ୍ତିଙ୍କ ମଧ୍ୟରେ ବରଗଡ ଆଦର୍ଶ ଗଣବିବାହର ଆବାହକ ପବିତ୍ର ଦେହେରୀ, ବରିଷ୍ଟ ନାଗରିକ ମାଁ ରାଜକୁମାରୀ ଦୀପ, ରମାକାନ୍ତ ତାଣ୍ଡି, ଡ. ମୂରଲୀଧର ମହାନନ୍ଦ, କବି ହ୍ରଦ ମଲ୍ଲିକ, ଗୀତ ସଙ୍ଗୀତକାର ପାରସ ହରିପାଲ, ମନୋଜ କୁମାର ସୁନା ପିଙ୍କି ଲୁହା, କଳ୍ପନା ନାଏକ ଅଞ୍ଜଳୀପ୍ରଭା ସୁନା, ପଦ୍ମା ମହାନନ୍ଦ, କୁନୁ ଛତ୍ରିଆ, ଚେରେଙ୍ଗା ସୁନା ଆଦିଙ୍କୁ ସମ୍ମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରକ୍ଷାତ କଣ୍ଠ ଶିଳ୍ପୀ ଦିଲୀପ ଦୀପ, ଆକାଶବାଣୀ କଣ୍ଠଶିଳ୍ପୀ ଗୀତାଞ୍ଜଳୀ ପୋଢ ଓ ମିନାକ୍ଷୀ ରାଉତ, ସୁଦର୍ଶନ ହରିପାଲ, ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ, ମାନସୀ ପାଣିଗ୍ରାହୀ, ନୃତ୍ୟ ନିର୍ଦ୍ଦେଶକ ତଥା ଗାୟକ ଦୁର୍ଗା ଦାସ, ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ, ସୁଦର୍ଶନ ଦୀପ ଉପସ୍ଥିତ ଥିଲେ । ଉପଦେଷ୍ଟା ପୁରନ୍ଦର ସୁନା, ସମ୍ପାଦକ ଅମିନ ମହାନନ୍ଦ, ଦିଲ୍ଲୀପ ଲୁହା, ଭଗବାନ ନିଆଲ ଆଦି ସହଯୋଗ କରିଥିଲେ ।





