ନବୋଦୟ ପରୀକ୍ଷାରେ ଜାରିଂ କ୍ଲଷ୍ଟରର ତିନି ଶିକ୍ଷାର୍ଥୀଙ୍କ ବାଜିମାତ

ନବୋଦୟ ପରୀକ୍ଷାରେ ଜାରିଂ କ୍ଲଷ୍ଟରର ତିନି ଶିକ୍ଷାର୍ଥୀଙ୍କ ବାଜିମାତ

ବରଗଡ/ବିଜେପୁର : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଫଳ ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶ ପାଇଛି । ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷାରେ ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟରର ତିନି ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କ୍ଷେତରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସ୍ବସ୍ତିକ ମହାନନ୍ଦ ୯୨.୫୦ ମାର୍କ ରଖି ୧୮ ନମ୍ବରରେ ରହିଥିବା ବେଳେ ନିଶିକାନ୍ତ ବିଶ୍ବାଳ ୯୧.୨୫ ମାର୍କ ରଖି ୩୦ ନମ୍ବର ରେଙ୍କ ପ୍ରାପ୍ତ କରିଛନ୍ତି । ଏହି ସଫଳତା ପାଇଁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଧର୍ମ ସାହୁ, ସତ୍ୟଭାମା ପାତ୍ର, ପ୍ରଧାନ ଶିକ୍ଷକ ରତ୍ନ ଭୋଇଙ୍କୁ ଅଭିଭାବକଗଣ କୃତଜ୍ଞତା ଜଣାଇଛନ୍ତି । ସେହିପରି ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ରୋଷନୀ ବିଶ୍ବାଳ ୮୮.୭୫ ମାର୍କ ରଖି ଷଷ୍ଠ ଶ୍ରେଣୀରେ ନାମଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଏହି ସଫଳତା ପାଇଁ ଶିକ୍ଷକ ପ୍ରେମରାଜ ରଣା, ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେଙ୍କୁ ଅଭିଭାବକଗଣ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିରେ ଜାରିଂ କ୍ଲଷ୍ଟରର କେବଳ ଗୋଟିଏ ଗ୍ରାମ ଜିରିଂର ଦୁଇଟି ସ୍କୁଲର ତିନି ଜଣ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଥିବାରୁ ଜାରିଂ କ୍ଲଷ୍ଟର ତଥା ଜାରିଂ ଗ୍ରାମର ଗୌରବ ବୃଦ୍ଧି ହୋଇଛି । ସେଥିପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଧାନ, ସିଆରସିସି ରାଜେଶ୍ବର ବେହେରା କୃତି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top