ବିଶ୍ବ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

ବିଶ୍ବ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

ବରଗଡ/ବିଜେପୁର : ୫ ଜୁନ୍ ୨୦୨୬ ବିଶ୍ୱ ପରିବେଶ ଦିବସ ଅବସରରେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟି.ଗଣ୍ଡପାଲି ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ଇକୋ କ୍ଲବ ଦାୟିତ୍ବରେ ଥିବା ଶିକ୍ଷକ ଆର୍ତ୍ତତ୍ରାଣ ବେହେରାଙ୍କ ତତ୍ତ୍ବାବଧାନ ତଥା ନେତୃତ୍ବରେ ବିଦ୍ୟାଳୟ ପରିସରଳେ ନିଜ ପ୍ରସ୍ତୁତ ୫୦ ଗୋଟି ଚାରା ଗଛ ରୋପଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ସା ଯୋଗଦାନ କରିଥିବା ୪୦ ଜଣ ଛାତ୍ରଛାତ୍ରୀ ଓ ସମାଜସେବୀ ମାନଙ୍କୁ ବୃକ୍ଷ ରୋପଣ ମାଧ୍ୟମରେ ପରିବେଶକୁ ନିର୍ମଳ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ । ଏହା ପୂର୍ର୍ବରୁ ଇକୋ କ୍ଲବର ସଦସ୍ୟ ମାନେ ଟି.ଗଣ୍ଡପାଲି ଗ୍ରାମରେ ବିଭିନ୍ନ ସ୍ଲୋଗାନ ଦେଇ ଏକ ପଦଯାତ୍ରା କରି ବୃଷରୋପଣ ପୂର୍ବକ ପରିବେଶ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ ଏବଂ ଇକୋ କ୍ଲବ୍ ଦ୍ବାରା ପ୍ରସ୍ତୁତ ସିଡ୍ ବଲ୍ ବାଣ୍ଟିବା ସହଗଛ ଲଗାଇବା ଓ ପରିବେଶ ନିର୍ମଳ ରଖିବା ବାର୍ତ୍ତା ବଣ୍ଟନ କରି ଥିଲେ ଯାହା ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା ।

Leave a Comment

Your email address will not be published. Required fields are marked *

Scroll to Top