ଲକ୍ଷେଘର ସମାଜର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା

ଲକ୍ଷେଘର ସମାଜର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା

ସମ୍ବଲପୁର ୧୪/୬ : ଶିକ୍ଷା ହିଁ ମୁକ୍ତିର ମାର୍ଗକୁ ପ୍ରଶସ୍ତ କରେ । ବୁଦ୍ଧି ବିବେକ ଜ୍ଞାନ ପ୍ରଦାନ କରିବା ସହିତ ବୌଦ୍ଧିକ ବିକାଶ କରେ ଯାହା ସମାଜ ଗଠନରେ ସହାୟକ ହୋଇଥାଏ । ତେଣୁ ଶିକ୍ଷାକୁ ଜୀବନର ମୂଳମନ୍ତ୍ର ଭାବେ ସମସ୍ତେ ଗ୍ରହଣ କରିବା ବିଧେୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଡ. ବି.ଆର ଆମ୍ବେଦକର ସୋସିଆଲ ଓ୍ବେଲଫେଆର ଫେଡେରେସନ ଏବଂ ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଘ, ସମ୍ବଲପୁରର ମିଳିତ ଆନୁକୁଲ୍ୟରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ହଲରେ ଆଜି ଲକ୍ଷେଘର ସମାଜର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଏବଂ ଆର୍ଥିକ ସହାୟତା ସମାରୋହ ଆୟୋଜିତ ହୋଇଯାଇଛି । ଫେଡରେସନର ସଭାପତି ଇଂ ଦ୍ବିତୀୟା ଗର୍ଡିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅଧୀକ୍ଷଣ ଯନ୍ତ୍ରୀ ଇଂ ବୀରେନ୍ଦ୍ର କୁମାର ଜଗତ, ସମ୍ମାନୀତ ଅତିଥି ଭାବେ ଏସ୍‌ସି ଏସ୍‌ଟି ଏମ୍ପ୍ଲଇଜ୍‌ ଓ୍ବେଲଫେଆର ଏସୋସିଏସନର ସଭାପତି ସୁଜିତ ବୁଡ଼ା, ଓଡ଼ିଶା ଖାଉଟି ମହାସଂଘର ନିର୍ଦେଶକ ବିପ୍ରଚରଣ ଜୟପୁରିଆ, ବରଗଡ ଆଦର୍ଶ ଗଣବିବାହର ସଂସ୍ଥାପକ ତଥା ପଶ୍ଚିମ ଓଡିଶା ସମ୍ବିଧାନ ସୁରକ୍ଷା ମଞ୍ଚର ସଭାପତି ପବିତ୍ର ଦେହେରୀ, ମିତା ସିବିତ୍ରୀ ଫୁଲେ ମହିଳା ସଂଘର ସଭାପତି ଅନୁପମା ନାଗ ଏବଂ ବରୁଣ ସୁନା ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହି ବହୁ ମୂଲ୍ୟ ମତ ମନ୍ତଵ୍ୟ ପ୍ରଦାନ କରିଥିଲେ । ଫେଡେରେସନର ସମ୍ପାଦକ କ୍ଷେତ୍ରମଣି ବିଭାର ସ୍ବାଗତ ଭାଷଣ ଓ ସଭା ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଘର ଉପ-ସଭାପତି ରଞ୍ଜୁ ଭୋସାଗର ଅତିଥି ସ୍ବାଗତ ଏବଂ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଏବଂ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଲକ୍ଷେଘର ସମାଜର ଛାତ୍ରଛାତ୍ରୀ ଆୟୁଷ ପାଇକ, ପ୍ରାଚୀ ନାଗ, ସିଦ୍ଧିଦାତ୍ରୀ କୁଅଁର, ରାହୁଲ ଶତଭୂୟାଁ, ରୋହିତ ବାଦୀ, ସୁବ୍ରତ ବାଦୀ, ଟିକାମ୍ରନାଥ ଜୟପୁରିଆ ଏବଂ ହୀରାବତୀ ପୋଢ଼ଙ୍କୁ ନଗଦ ଆର୍ଥିକ ସହାୟତା ସହ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇଥିଲା । ସେହିପରି ଆଇଆଇଟି ଖଡ଼ଗପୁରରୁ ମେକାନିକାଲ ଇ ରଞ୍ଜିନିୟରିଂରେ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିଥିବା କରନ ନାଗଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଆଗକୁ ଆହୁରି ଅଧିକ ନମ୍ବର ରଖିବୁ ବୋଲି ସେମାନେ ପ୍ରତିଶ୍ରୁତି ଦେଥିଲେ । ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତାଞ୍ଜଳୀ ପୋଢ଼ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଜଗମୋହନ ନାଗ, ରିତେଶ ନାଗ, ଗଣେଶ ହରିପାଲ, ଯଦୁନାଥ ସୁନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ମହିଳା ସଂଘର ସହ-ସମ୍ପାଦକ ବନୀତା ବାଗ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସଂଘ ଦ୍ବୟର ଏପରି ପଦକ୍ଷେପକୁ ବୁଦ୍ଧିଜିବୀ ପ୍ରଶଂସା କରିବା ସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଗେଇ ନେବାରେ ପ୍ରତେକ ସଂଘ ଏହିପରି ଆଗଭର ହେବା ଉଚିତ ବୋଲି ମତବ୍ୟକ୍ତ କରନ୍ତି ।

Leave a Comment

Your email address will not be published. Required fields are marked *

Scroll to Top