ସୋହେଲା ବ୍ଲକସ୍ତରୀୟ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଓ ପ୍ରବେଶ ଉତ୍ସବ

ସୋହେଲା ବ୍ଲକସ୍ତରୀୟ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଓ ପ୍ରବେଶ ଉତ୍ସବ

ବରଗଡ/ସୋହେଲା : ସୋହେଲ ବ୍ଲକସ୍ତରୀୟ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଓ ପ୍ରବେଶ ଉତ୍ସବ ସ୍ଥାନୀୟ ବାଳକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସୋହେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋହେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କରିସ୍ମା ବେସ୍ରା, ସମ୍ମାନୀତ ଅତିଥି ଭାବେ ତହସିଲଦାର ଶୁଭରଞ୍ଜନ ନାୟକ, ଭଟଲୀ ବିଧାୟକ ପ୍ରତିନିଧି ଭାବେ ଅଶ୍ବିନୀ ପାତ୍ର ଯୋଗଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ଉପସ୍ଥିତ ନୂତନ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଶିକ୍ଷା ବିଭାଗ ତରଫରୁ ଆସିଥିବା ସ୍କୁଲ ବ୍ୟାଗ, ସ୍ଲେଟ, ଚକଖଡି ପ୍ରଦାନ କରିଥିଲେ । ଏହାପରେ ସରସ୍ବତୀଙ୍କ ପୂଜାର୍ଚ୍ଚନା ସହ ଖଡିଛୁଆଁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଦ୍ୟାଳୟର ଶିକ୍ଷକ କୃପାସିନ୍ଧୁ ପାଣ୍ଡେ ସ୍ବାଗତ ଭାଷଣ, ଏବିଇଓ ତଥା ବିଆରସିସି ମନୋହର ଉଟୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳ, ଏବିଇଓ ମୋତିଲାଲ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ସିଆରସିସି କେଦାରନାଥ ସାହୁ ମଞ୍ଚ ସଂଯୋଜନା କରିଥିଲେ ।

ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ ପ୍ରଧାନ, ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିଲାଲ ବେହେରା, ସୋହେଲା ସିଆରସିସି ଉମାକାନ୍ତ ଭୋଇ ମଞ୍ଚାସୀନ ଥିଲେ । ସାରା ବ୍ଲକରେ ପରିକ୍ରମା କରିବାକୁ ଥିବା ଶିକ୍ଷା ସଚେତନତା ରଥକୁ ଅତିଥି ମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସିଆରସିସି ଆଦିତ୍ୟ ଗଡତିଆ, ନରେଶ ଚନ୍ଦ୍ର ସାହୁ, ଟିକେଶ୍ବର ପଧାନ, ରଞ୍ଜିତ ସା, ଗୋକୁଳାନନ୍ଦ ପଧାନ, ନରେଶ ନାଏକ, ଗୁଣନିଧି ଭୋଇ, ସଂଜୀବ ବେହେରା, ଦୁର୍ଗାଚରଣ ପଧାନ, ବୁଦ୍ଧଦେବ ବିଶି, ରବିନ୍ଦ୍ର ବିଶି, ବିଭାସ ପରିଡା, ଗଣେଶ ବରିହା, ଗିରିଧାରୀ ସେଠ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top