ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକୋତ୍ସବ

ସନ୍ତୋଷ ସଭପତି ଓ ସୌମ୍ୟରଞ୍ଜନ ସଂପାଦକ ମନୋନୀତ

ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ସଭାପତି ସନ୍ତୋଷ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ସୁନନ୍ଦ ମିଶ୍ର, ସୌମ୍ୟରଞ୍ଜନ ପଧାନ, ରାଜେଶ ସାହୁ, ଶଶି ଭୂଷଣ ସାହୁ ମଞ୍ଚାସୀନ ଥିଲେ । ଅମୀୟ ପ୍ରସାଦ ଭୋଇଙ୍କ ପରିଚାଳନାରେ ପ୍ରାକ୍ତନ ସଭାପତି ବାସୁଦେବ ପଧାନ ଉଦ୍ଦେଶ୍ୟ ଜ୍ଞାପନ, ଅକ୍ଷୟ ସାହୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସମ୍ପାଦକ ସୌମ୍ୟରଞ୍ଜନ ପଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପ୍ରାକ୍ତନ ସଭାପତି ଭାଗବତ ସାହୁ ଓ ବରିଷ୍ଠ ଶିକ୍ଷକ ସୁମନ୍ତ ଗଡତିଆଙ୍କ ତତ୍ତ୍ବାବଧାନରେ ନିର୍ବାଚନ ପାଇଁ ଆଲୋଚନା ହୋଇଥିଲା । ହେଲେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରସ୍ତାବ କ୍ରମେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ପୁଣି ଗୋଟିଏ ବର୍ଷ ପାଇଁ ମନୋନୟନ କରାଯାଇଥିଲା । ସନ୍ତୋଷ ବାଗ ସଭାପତି, ସୁନନ୍ଦ ମିଶ୍ର ଉପ-ସଭାପତି, ସୌମ୍ୟରଞ୍ଜନ ପଧାନ ସମ୍ପାଦକ, ରାଜେଶ ସାହୁ ସହ-ସମ୍ପାଦକ, ଶଶି ଭୂଷଣ ସାହୁ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ସେହିପରି ପରିଚାଳନା କମିଟିର ସଦସ୍ୟ ଭାବେ ବାସୁଦେବ ପଧାନ, ଅଚ୍ୟୁତାନନ୍ଦ ମାଝୀ, ଘନଶ୍ୟୀମ ଦଣ୍ଡସେନା, ବିଡିଓ ସାହୁ ,ପ୍ରେମରାଜ ପଧାନ, ପ୍ରଶାନ୍ତ ପଣ୍ଡା, ଆର୍ତ୍ତତ୍ରାଣ ଚୌହାନ, ଶୈଳେନ୍ଦ୍ର ନାରାୟଣ ମିଶ୍ର, ଭୋଜରାଜ ମଲ୍ଲିକ, ସୀତାରାମ ଦୀପ, ଦୁର୍ବାଦଳ ବଡଗୁଛିଆ, ଯଦୁମଣି ସୁନା, ହୃଦମଣି ସାହୁ, ଅଭିଶେକ ଦାଶ ପ୍ରମୁଖ ମନୋନୀତ ହୋଇଥିଲେ ।

Leave a Comment

Your email address will not be published. Required fields are marked *

Scroll to Top