

ଶିକ୍ଷକ ନେତା ଭୋଜେଶ୍ବରଙ୍କୁ ଶ୍ରଦ୍ଧାଞ୍ଜଳୀ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟାଳୟରେ ଦିବଙ୍ଗତ ଶିକ୍ଷକ ନେତା ଭୋଜେଶ୍ବର ଠାକୁରଙ୍କୁ ମଙ୍ଗଳବାର ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ସଂଘର ସଭାପତି ସନ୍ତୋଷ ବାଗଙ୍କ ଅଧ୍ୟକ୍ଷତାରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ସୌମ୍ୟରଞ୍ଜନ ପଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସେ ଜଣେ ଟାଣୁଆ ଶିକ୍ଷକ ନେତା ଥିଲେ । ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଅବସର ପରେ ମଧ୍ୟ ସେ ପ୍ରାଥମିକ ଶିକ୍ଷକ ସଂଘ ସହିତ ଓତପ୍ରୋତ ଭାବେ ଜଡ଼ିତ ରହିଥିଲେ । ସକ୍ରିୟ ରାଜନୀତି କ୍ଷେତ୍ରରେ ମଧ୍ୟ ତାଙ୍କର ଦବଦବା ରହିଥିଲା । ତାଙ୍କର ବିୟୋଗ ଶିକ୍ଷକ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ ପାଇଥିଲା । ପୂର୍ବତନ ସଭାପତି ଭାଗବତ ସାହୁ ଓ ବାସୁଦେବ ପ୍ରଧାନଙ୍କ ସମେତ ପୂର୍ବତନ ସଂପାଦକ ବାଲାଜୀ ରାଓମୋରେ, ପୃଥ୍ୱୀରାଜ ବାରିକ, ଭୋଜରାଜ ମଲ୍ଲିକ, ଆର୍ତ୍ତତ୍ରାଣ ଚୌହାନ, ସୀତାରାମ ଦୀପ, ସୁଶାନ୍ତ ଗଡତୀୟା, ବିଭୂତି ଭୂଷଣ ସାହୁ, ରାଜେଶ୍ବର ବେହେରା, ଦୁର୍ବାଦଳ ବଡଗୋଛିଆ, ପ୍ରଶାନ୍ତ ପଣ୍ଡା, ଶଶିଭୂଷଣ ସାହୁ, ପ୍ରଭାବ ମୋହନ ମିଶ୍ର, ହୃଦମଣି ସାହୁ, ସୁନନ୍ଦ ମିଶ୍ର, ପ୍ରଫୁଲ୍ଲ ଭୋଇ, ନବୀନ କୁମାର ସାହୁ, ଅକ୍ଷୟ ସାହୁ, ଯଦୁମଣି ସୁନା ସମେତ ବହୁ ଶିକ୍ଷକ ଉପସ୍ଥିତ ରହି ଦିବଙ୍ଗତ ଶିକ୍ଷକ ଠାକୁରଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।


