ମାଁ ତାରିଣୀ ପୀଠରେ ଶାରଦୀୟ ନବରାତ୍ରର ପ୍ରଥମ ଦିନର ପୂଜା

ମାଁ ତାରିଣୀ ପୀଠରେ ଶାରଦୀୟ ନବରାତ୍ରର ପ୍ରଥମ ଦିନର ପୂଜା

ବରଗଡ଼/ବିଜେପୁର : ବନ୍ଦେ ବାଞ୍ଛିତଲାଭାୟ ଚନ୍ଦ୍ରାର୍ଦ୍ଧକୃତ ଶେଖରାମ୍।
ବୃଷାରୂଢ଼ାଂ ଶୂଳଧରାଂ ଶୈଳପୁତ୍ରୀଂ ଯଶସ୍ବିନୀମ୍।।
ଜଗତକଲ୍ଯାଣ ଉଦ୍ଦେଶ୍ଯ ରେ ମାଁ ତାରିଣୀ ପୀଠ ବିଜେପୁରରେ ଶାରଦୀୟ ନବଦିନାତ୍ମକ ପୂଜାର ପ୍ରଥମ ଦିବସରେ ପଣ୍ଡିତ ମଣ୍ଟୁ ସାବତଙ୍କ ପୌରୋହିତ୍ଯରେ ମାଁ ଙ୍କୁ ଶୈଳପୁତ୍ରୀ ରୂପରେ ଯଥାବିଧି ପୂଜା ଓ ହୋମ ଅନୁଷ୍ଠିତ ହେଲା, ଶ୍ରଦ୍ଧାଳୁଙ୍କ ଦ୍ବାରା ଅଖଣ୍ଡ ଦୀପ ସ୍ଥାପନ କରାଯାଇଛି । ଶ୍ରୀଯୁକ୍ତ ହରେକୃଷ୍ଣ ସେନାପତି ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସୌଦାମିନୀ ସେନାପତି କର୍ତ୍ତା ଦାୟିତ୍ବରେ ମନ୍ଦିର ପୂଜକ ଭିକି ଦାଶ, ଦେହେରୀ ଡିଲେଶ୍ବର ସମରଥ, ରମେଶ କୁମାର ସାହୁ, କୈବର୍ତ୍ତ ସ୍ବାଇଁ, ହରିହର ମହାକୁର, ବ୍ରଜରାଜ ମହାଣା, ଜୟନ୍ତ ଭାରତୀୟଙ୍କ ସହିତ ପରିଚାଳନା କମିଟୀ ସଦସ୍ୟଗଣ ସହଯୋଗ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top