ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବରଗଡ଼/ସୋହେଲା : ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କୁଚିପାଲି ଓ ଝର ଗ୍ରାମରେ ଦୁଇଗୋଟି ଭିନ୍ନ ଭିନ୍ନ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାଣୀ ଚିକିତ୍ସା ବିଭାଗରେ କାର୍ଯ୍ୟ କରି ନିକଟରେ ଅବସର ଗ୍ରହଣ କରିଥିବା ମନବୋଧ ଭୋଇ ଓ କାର୍ତ୍ତିକ ସାହୁଙ୍କୁ ଉକ୍ତ ସଭାଦ୍ବୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ବରଗଡ଼ ଜିଲ୍ଲା ଏଲ.ଆଇ ୟୁନିଅନ ତରଫରୁ ଆୟୋଜିତ ଉକ୍ତ ସଭାମାନଙ୍କରେ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ଦେବତା ସଭାପତିତ୍ୱ କରିଥିବା ବେଳେ ଉପ-ସଭାପତି ଅହଲ୍ୟା ପ୍ରଧାନ ଓ ଯଶୋବନ୍ତ ସାହୁ, ସମ୍ପାଦକ ନାରାୟଣ ପଧାନ, ସଂଗଠନ ସମ୍ପାଦକ ସୁଶାନ୍ତ ମେହେର, ଉପଦେଷ୍ଟା କିଶୋର ଚନ୍ଦ୍ର ପାଢ଼ୀ, ଚିତ୍ତରଞ୍ଜନ ଦେବତା, ନାରାୟଣ ପ୍ରଧାନ, ପ୍ରଦୀପ ସାହୁ ଓ ଭାଗିରଥି ପଧାନ, ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଦୀପ କୁମାର ମିଶ୍ର, ସମ୍ପାଦକ ସତ୍ୟଜିତ ଛତ୍ରିଆ, ବରଗଡ଼ ଟି.ଏଫ କଲେଜ ଅଧ୍ୟକ୍ଷ ଡ.ସରୋଜ କୁମାର ଦେବତା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋପାଳ ପାଢ଼ୀ, ଭୁବନେଶ୍ୱର ପଧାନ, ଶୋଭାକର ପଧାନ, ଧର୍ମପଦ ସାହୁ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ସହକର୍ମୀଙ୍କ ଗୁଣାବଳୀ ବର୍ଣ୍ଣନା କରିବା ସହ ଶୁଭ କାମନା କରିଥିଲେ l କୋରାପୁଟ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ନିଷ୍ଠା ଓ ସାଧୁତା ସହ ସଫଳ ଭାବେ ଚାକିରୀ ଜୀବନ ସମାପ୍ତ କରିଥିବା ହେତୁ ଉଭୟଙ୍କୁ ଅଭିନନ୍ଦନ ଜ୍ଞାପନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଯଗ୍ୟେଶ୍ୱର ବାରିକ, ଜୟନ୍ତ ସାହୁ, ରମେଶ ବାରିକ, ସୁଶାନ୍ତ ସାହୁ, ତାରାଚାନ୍ଦ ମହାନନ୍ଦ, ରୋହିତ ସାହୁ, ରମେଶ ସାହୁ, ଆଲୋକ ନାରଙ୍ଗ, ଗତିକୃଷ୍ଣ ବିଶ୍ୱାଳ, ସୁବାକର ସାହୁ, ପ୍ରଶାନ୍ତ ବରିହା, ସନ୍ତୋଷ ଦେବତା, ଷଡ଼ାନନ ଦେବତା ତଥା ଗ୍ରାମବାସୀ ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ବରିଷ୍ଠ ସଭ୍ୟ ମଧୁସୂଦନ ପୁଜାହାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Comment

Your email address will not be published. Required fields are marked *

Scroll to Top