

ଏମ୍.ଗଣ୍ଡପାଲିରେ ନବମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ନବମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜାରିଂ କ୍ଲଷ୍ଟରର ଏମ୍.ଗଣ୍ଡପାଲି ସରକାରୀ ଉ.ପ୍ରା ବିଦ୍ୟାଳୟରେ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଗହକିଲାଲ ନାଏକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ, ଜଗଦୀଶ ପଧାନ, ବାସୁଦେବ ସାହୁ ପ୍ରମୁଖ ଯୋଗଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗୁରୁଦାୟିତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ବିକାଶ ଚନ୍ଦ୍ର ଗଡତିଆ ସ୍ବାଗତ ଭାଷଣ, ଶିକ୍ଷୟିତ୍ରୀ ଚନ୍ଦ୍ରକଳା ଦାଶ ଉଦ୍ଦେଶ୍ୟ ଜ୍ଞାପନ, ରିତା କ୍ଷେତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଅନ୍ତର୍ଯ୍ୟାମୀ ଭୋଇ ନବମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଶିକ୍ଷକ ବାହାଦୁର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବରମୁଣ୍ଡା ସରକାରୀ ଉ.ପ୍ରା ବିଦ୍ୟାଳୟରେ ସିଆରସିସି ସୀତାରାମ ଦୀପଙ୍କ ଆବାହକତ୍ବ ତଥା ପ୍ରଧାନ ଶିକ୍ଷକ ସନ୍ତୋଷ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ପାଣ୍ଡେ ଉପସ୍ଥିତ ଥିଲା । ସିଆରସିସି ବାସୁଦେବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ତାଳପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ, ସିଆରସିସି ପ୍ରକାଶ ମହାନନ୍ଦଙ୍କ ଆବାହକତ୍ବରେ ପିଏମଶ୍ରୀ ହାଇସ୍କୁଲରେ, ସିଆରସିସି ଦୁର୍ବାଦଳ ବଡଗୋଛିଆଙ୍କ ଆବାହକତ୍ବରେ ଲିଟିପାଲିରେ, ସିଆରସିସି ପ୍ରଭାତ ରଂଜନ ସାହୁଙ୍କ ଆବାହକତ୍ବରେ ଧୁମାପାଲିରେ, ସିଆରସିସି ହେମନ୍ତ କୁମାର ଆରୁକଙ୍କ ଆବାହକତ୍ବରେ ପଥର୍ଲା ହାଇସ୍କୁଲରେ, ସିଆରସିସି ପ୍ରଫୁଲ୍ଲ କୁମାର ଭୋଇଙ୍କ ଆବାହକତ୍ବରେ ଜାଲପାଲିରେ, ସିଆରସିସି ଡୋଳାମଣି କୁମ୍ଭାରଙ୍କ ଆବାହକତ୍ବରେ ବରକାନିରେ, ସିଆରସିସି ସୁଧାଂଶୁ ଶେଖର ଜାଲଙ୍କ ଆବାହକତ୍ବ ତଥା ମିଳିତ ପ୍ରାଥମିକ ଶିକ୍ଷକ ସଂଘର ପ୍ରାକ୍ତନ ସଭାପତି ଭାଗବତ ସାହୁଙ୍କ ଅଧ୍ୟକ୍ଷତାରେ ସମଲେଇପଦର ହାଇସ୍କୁଲରେ ନବମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଦିବାକର ବରିହା, ପୂର୍ଣ୍ଣ ଚନ୍ଦ୍ର ପଧାନ, ସୁଶାନ୍ତ କୁମାର ପାଣ୍ଡେ ପ୍ରମୁଖ ବିଭିନ୍ନ କ୍ଲଷ୍ଟରରେ ଆୟୋଜିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ପରିଦର୍ଶନ କରିଥିଲେ ।


