ଖରମୁଣ୍ଡାରେ ଭକ୍ତିମୟ ପରିବେଶରେ ବିଶାଳ କଳସ ଯାତ୍ରା : ସାମିଲ ହେଲେ ଅଗଣିତ ମା’ ଓ ଭଉଣୀ

ଖରମୁଣ୍ଡାରେ ଭକ୍ତିମୟ ପରିବେଶରେ ବିଶାଳ କଳସ ଯାତ୍ରା : ସାମିଲ ହେଲେ ଅଗଣିତ ମା’ ଓ ଭଉଣୀ

ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ଭକ୍ତିମୟ ପରିବେଶ ମଧ୍ୟରେ କଳସ ଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅଗଣିତ ମା’ ଓ ଭଉଣୀ ସାମିଲ ହୋଇଥିଲେ।

ଏହି ଅବସରରେ ଗ୍ରାମର ପୋଖରୀରୁ ପୂର୍ଣ୍ଣଜଳ କଳସ ଅଣାଯାଇଥିଲା। କଳସ ଯାତ୍ରାରେ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲେ। ଗ୍ରାମରେ ଭକ୍ତି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ଏହି ଯାତ୍ରା ସମ୍ପନ୍ନ ହୋଇଥିଲା। ମନୋଜ କୁମାର ପଧାନ ଓ ତାଙ୍କ ଧର୍ମପତ୍ନୀ ମିତା ସାହୁ କର୍ତ୍ତା ଦାୟିତ୍ୱ ତୁଲାଉଥିବା ବେଳେ ଗ୍ରାମର ସମସ୍ତେ ଏଥିରେ ସହଯୋଗ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top