ଖରମୁଣ୍ଡା ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା ଓ ମହାଆଳତି

ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ମଣ୍ଡପକୁ ଆସିଲା ଭୋଗ, ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଦୁର୍ଗା ମଣ୍ଡପରେ ମହାଷ୍ଟମୀ ଅବସରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଓ ମହାଆଳତି ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି। ମା’ଙ୍କ ଦର୍ଶନ ଓ ପୂଜାରେ ସାମିଲ ହେବା ପାଇଁ ମଣ୍ଡପରେ ବହୁ ସଂଖ୍ୟାରେ ଭକ୍ତ, ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପାରମ୍ପରିକ ରୀତିନୀତି, ବାଦ୍ୟଯନ୍ତ୍ରର ଧ୍ୱନି ଓ ମା’ଙ୍କ ଆରାଧନାରେ ମଣ୍ଡପ ପରିସର ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଥିଲା। ପୂଜାର ପରମ୍ପରା ଅନୁଯାୟୀ, କର୍ତ୍ତାଙ୍କ ଘରୁ ପାରମ୍ପରିକ ବାଜାର ତାଳେ ତାଳେ ଭକ୍ତିର ସହିତ ଭୋଗ ପୂଜା ମଣ୍ଡପକୁ ଅଣାଯାଇଥିଲା। ଏହାପରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମହାଆଳତି ସମୟରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଥିଲା ।

ଷଷ୍ଠୀ ତିଥିରେ ଅଧିବାସ ଓ କଳସଯାତ୍ରା ସହ ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ଉତ୍ସବ ଦଶମୀ ପର୍ଯ୍ୟନ୍ତ ଚାଲିବ। ଏହି ଅବଧିରେଖରମୁଣ୍ଡା ପୂଜା କମିଟି ତରଫରୁ ପ୍ରତିଦିନ ମୀନାବଜାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଧାର୍ମିକ ଆୟୋଜନ ସହ ମନୋରଞ୍ଜନମୂଳକ କାର୍ଯ୍ୟକ୍ରମ ଉତ୍ସବର ଆକର୍ଷଣ ବଢ଼ାଇଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଖରମୁଣ୍ଡାର ଏହି ଦୁର୍ଗାପୂଜା ଉତ୍ସବ ଧାର୍ମିକ ଆସ୍ଥା ସହ ପାରମ୍ପରିକ ସଂସ୍କୃତି ଓ ସାମୂହିକ ମିଳନର ଏକ ଅବସର ପାଲଟିଛି।

Leave a Comment

Your email address will not be published. Required fields are marked *

Scroll to Top