ଯାଦବ ସମାଜର ସାଧାରଣ ବୈଠକ

ନୂତନ କର୍ମକର୍ତ୍ତା ଚୟନ

ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପୁଖାମୁଣ୍ଡା ଷଣ୍ଢେଶ୍ବର ବାବା ମନ୍ଦିର ପରିସରରେ ବରଗଡ ଜିଲ୍ଲା ସ୍ତରୀୟ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡୋଲାମଣି ମାହାରଙ୍କ ସଭାପତିତ୍ବ ତଥା ପରିଚାଳନାରେ ଅନୁଷ୍ଠିତ ସଭାରେ ଜିଲ୍ଲାର ପାଇକମାଲ, ଝାରବନ୍ଧ, ଗାଇସିଲେଟ, ବିଜେପୁର, ସୋହେଲା, ବରପାଲି, ଭେଡେନ, ବରଗଡ ଆଦି ବ୍ଲକର ଯାଦବ ସମାଜର କର୍ମକର୍ତ୍ତା ତଥା ସମ୍ରପ୍ରଦାୟର ମାନ୍ୟଗଣ୍ୟ ବ୍ୟକ୍ତି ସଂଘକୁ ସୃଦୃଢ ଓ ସଜାଗ କରିବା ନିମିତ୍ତ ଉଦ୍ଧିଷ୍ଟ ସଭାରେ ଉପସ୍ଥିତ ରହି ଉପନୀତ ସଭାର ବିଶେଷ ଆଲୋଚନାରେ ଅଂଶ ଗହଣ କରିବା ସହିତ ବିଭିନ୍ନ ମତ ମନ୍ତବ୍ୟ ପ୍ରଦାନ କରିଥିଲେ । ସାମାଜିକ, ଅର୍ଥନୈତିକ, ରାଜନୈତିକ, ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଆଗାମୀ ସମୟରୁ ସଂଘୀୟ କାର୍ଯ୍ୟ କରିବା ସହିତ ଓବିସିର ଜନଗଣନା ଏବଂ ୨୭% ସଂରକ୍ଷଣ ଉପରେ ଗୁରୁତ୍ବାରୋପ ପାଇଁ ଆଲୋଚନା ହୋଇଥିଲା । ଏହି ଅବସରରେ ସର୍ବ ସମ୍ମତି କ୍ରମେ ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିଲା । ତଦାନୁଯାୟୀ ସଭାପତି ଭାବେ ବ୍ରହ୍ମା ମହାକୁଡ, କାର୍ଯ୍ୟକାରୀ ସଭାପତି ଡୋଲାମଣୀ ମାହାର, ଉପ-ସଭାପତି ପବିତ୍ର ବାଗ ଓ ବସୁଦେବ ମଟାରୀ, ସାଧାରଣ ସମ୍ପାଦକ ସୋମନାଥ ଭୋଇ, ସହ-ସାଧାରଣ ସମ୍ପାଦକ ତୁଳସୀରାମ ଭୋଇ, ଯୁବ ଶାଖା ସଭାପତି ସର୍ଜନ ଚିର୍ଗୁଣଙ୍କୁ ଚୟନ କରାଯାଇଥିବା ବେଳେ ଗାନ୍ଧୀ ବାଗ, ବସୁଦେବ ସାଲମା, ସୁରେଶ୍ବର ଭୋଇ, ଲକ୍ଷପତି ନାଗ ପ୍ରମୁଖଙ୍କୁ ଉପଦେଷ୍ଟା ମଣ୍ଡଳୀରେ ସ୍ବାଗତ କରାଯାଇଥିଲା । ଶେଷରେ ଗୁଣନିଧି ବାଗ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top