ବିଜେପୁର କଲେଜରେ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର

୩୩ ୟୁନିଟ ରକ୍ତ ସଂଗୃହୀତ

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟ ପରିସରରେ ଓଡିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଶିବିରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିୟା ଉପସ୍ଥିତ ରହି ରକ୍ତଦାନ ମହତ୍ ଦାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହିତ ରାଷ୍ଟ୍ର ଗଠନରେ ଯୁବବର୍ଗଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଜେପୁର ନଗର ମଣ୍ଡଳ ସଭାପତି ମହେଶ ଦେବତା, ସମର ଶିକ୍ଷାର୍ଥୀ ବାହିନୀର ତତ୍ପଧାରକ ଡ. ଚିନ୍ମୟ ସାହୁ , ଯୁବ ରେଡକ୍ରସ୍ ର ସଂଯୋଜକ ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ରବିକାନ୍ତ ମହାନନ୍ଦଙ୍କ ଦ୍ବାରା ଶିବିରଟି ପରିଚାଳିତ ହୋଇଥିଲା । ଓଡ଼ିଶା ବ୍ଲଡ ସେଣ୍ଟର ମୁଖ୍ୟ କାର୍ଯାଳୟ ବରଗଡ଼ ତରଫରୁ ରେବତୀ କାନ୍ତ ସାହୁ, ଅମରଜିତ ମହାନ୍ତି, ଶ୍ରୀବତଣସ ସେଠ୍, କୃଷ୍ଣ ଚନ୍ଦ୍ର ସାହୁ ରକ୍ତ ସଂଗ୍ରହ କରିଥିବା ବେଳେ ମୋଟ ୩୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ମହାବିଦ୍ୟାଳୟର ସେଚ୍ଛାସେବୀଙ୍କ ସମ୍ପୃକ୍ତିରେ ଶିବିରଟି ସଫଳ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top