

ଗଣ୍ଡାସମାଜ କଲ୍ୟାଣ ପରିଷଦର ନୂତନ କର୍ମକର୍ତ୍ତା ଗଠନ


ସମ୍ବଲପୁର : ବୁର୍ଲା ଗଣ୍ଡାସମାଜ କଲ୍ୟାଣ ପରିଷଦର ପୂର୍ଣାଙ୍ଗ ଜିଲ୍ଲା କମିଟି ଗଠନ କରାଯାଇଛି । ସଭାପତି ନିହାଲ ସିଂ, ଉପ-ସଭାପତି ଶିବଶଙ୍କର ପ୍ରଧାନ, ଅନ୍ୟତମ ଉପ-ସଭାପତି କୁଚିଣ୍ଡା ସବଡିଭିଜନ ଦାୟିତ୍ବରେ ଥିବା ଲିଙ୍ଗରାଜ ବାଘ, ଅନ୍ୟତମ ଉପ-ସଭାପତି ଡ.ଶ୍ରୀହରି ନାଗ ସମ୍ବଲପୁର ସବଡିଭିଜନ ଦାୟିତ୍ବ, ଅନ୍ୟତମ ଉପ-ସଭାପତି ଅପର୍ଣ୍ଣା ବାଗ ରେଢ଼ାଖୋଲ ସବଡିଭିଜନ ଦାୟିତ୍ବ, ସମ୍ପାଦକ ଅମିନ ମହାନନ୍ଦ, ସହ-ସମ୍ପାଦକ ବିନୟ ଭୂଷଣ ସୁନା, କୋଷାଧ୍ୟକ୍ଷ ସୁନିଲ କୁମାର ହଂସା, ଜିଲ୍ଲା ସଂଗଠନ ସମ୍ପାଦିକା ଯମୁନା ଶିକା, ବୁର୍ଲା ନଗର ସଭାପତି ରାମକୃଷ୍ଣ ଶାସନୀ, ଉପ-ସଭାପତି ବବୁଲୁ ସୁନା, ସମ୍ପାଦକ କ୍ଷୀରୋଦ କୁମାର ନାୟକ, ପଦ୍ମା ମହାନନ୍ଦ, ପିଙ୍କି ଲୁହା, ପ୍ରମୁଖ ତିନି ବର୍ଷ ପାଇଁ ମନୋନୀତ ହୋଇଛନ୍ତି । ଏହାକୁ ପ୍ରତିଷ୍ଠାତା ଉପଦେଷ୍ଟା ମୀନିକେତନ ବାଦୀ, ଉପଦେଷ୍ଟା ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ ଉପସ୍ଥିତିରେ ଗଣ୍ଡା ସମାଜର ସମସ୍ତ ସଭ୍ୟସଭ୍ୟାଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା ।





