ବିଜେପୁର ମାଁ ତାରିଣୀ ପୀଠରେ ନବରାତ୍ର ପାଳନ

ବିଜେପୁର ମାଁ ତାରିଣୀ ପୀଠରେ ନବରାତ୍ର ପାଳନ

ବରଗଡ/ବରଗଡ ଜିଲ୍ଲା ବିଜେପୁର ମାଁ ତାରିଣୀ ମନ୍ଦିରରେ ବାସନ୍ତିକ ନବରାତ୍ର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ତା.୧୮.୦୩.୨୦୨୬ ସନ୍ଧ୍ୟାରେ ବିଲ୍ବ ବରଣ ଓ ଭବ୍ୟ କଳସ ଯାତ୍ରା ମାଧ୍ୟମରେ ସ୍ଥାନୀୟ ଦାମୋଦର କଟାରୁ ଦେବାଦେବୀଙ୍କୁ ଆବାହନ କରି ଅଣାଯାଇଥିଲା । ତା.୧୯.୦୩.୨୦୨୬ ରୁ ତା.୨୭.୦୩.୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ପୂଜା, ହୋମ ଓ ଚଣ୍ଡିପାଠ ସହିତ ମାଁ’ଙ୍କ ଆରାଧନା କରାଗଲା । ମୁଖ୍ୟକର୍ତ୍ତା ଦମ୍ପତି ହରେକୃଷ୍ଣ ଓ ସୌଦାମିନୀ ସେନାପତିଙ୍କ ସହିତ ବିଶ୍ୱରଞ୍ଜନ ଓ ଆନନ୍ଦିନୀ ସେନାପତି, ଶେଷଦେବ ଓ ପଦ୍ମିନୀ ମିଶ୍ର, ବ୍ରଜରାଜ ଓ ସନ୍ଧ୍ୟାରାଣୀ ମାହାଣା, ମଣ୍ଟୁ ଓ ସୁଜାତା ମେହେର, ହୃଷୀକେଶ ଓ ରାଜେଶ୍ୱରୀ ମେହେର, ରୋହିତ ଓ କମଳିନୀ ସାହୁ, ପ୍ରମୋଦ ଓ ସ୍ଵର୍ଣ୍ଣପ୍ରଭା ମହାରଣା, ଯଶୋବନ୍ତ ଓ କୁମୋଦିନୀ ସମରଥ ଦମ୍ପତି ଗଣ ପୂଜାରେ ଅଂଶଗ୍ରହଣ କରିଥିଲେ। ପଣ୍ଡିତ ମଣ୍ଟୁ ସାବତ ପୂଜା ପରିଚାଳନା କରିଥିବା ବେଳେ ପଣ୍ଡିତ ଅବିନାଶ ମହାପାତ୍ର ଚଣ୍ଡିପାଠ କରିଥିଲେ । ଝାଙ୍କର ପଦ୍ମନ ରାଏ, ମନ୍ଦିର ପୂଜକ ବିକାଶ ଦାଶ, ଯୁଧିଷ୍ଠିର ରଣା, ହରିହର ମହାକୁଡ଼ ପ୍ରଭୃତି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ନବମୀ ତିଥିରେ ନବକନ୍ୟା ପୂଜନ ସହିତ ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ପ୍ରାର୍ଥନା କରାଗଲା, ବିଧିବିଧାନ ସହକାରେ ଅପରାହ୍ନରେ ପୂର୍ଣ୍ଣାହୂତି ପରେ ନବରାତ୍ର ଉତ୍ସବ ସମାପନ ହୋଇଥିଲା । ପ୍ରତ୍ୟହ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଆନନ୍ଦ ନଗର ଅଞ୍ଚଳରେ ଅପୂର୍ବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଗତ ଫେବୃଆରୀ ମାସରେ ପ୍ରତିଷ୍ଠା କରାଯାଇଥିବା ତାରିଣୀ ମନ୍ଦିର ଲୋକଙ୍କର ଆଧ୍ୟାତ୍ମିକ ଆସ୍ଥା କେନ୍ଦ୍ର ଭାବରେ ପରିଚିତ ହୋଇପାରିଛି ।

Leave a Comment

Your email address will not be published. Required fields are marked *

Scroll to Top