

କ୍ଲଷ୍ଟରସ୍ତରୀୟ ମାସିକ ବୈଠକ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ବାନ୍ଦୁପାଲି କ୍ଲଷ୍ଟରର ବାନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ସୀତାରାମ ଦୀପଙ୍କ ଆବାହକତ୍ବ ତଥା ପ୍ରଧାନ ଶିକ୍ଷକ ସନ୍ତୋଷ ବାଗଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପ୍ରଧାନ ଶିକ୍ଷକ କୈଳାସ ରାଜହଂସ ଅତିଥି ରୂପେ ଯୋଗଦେଇ ଥିଲେ । ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ବାମନ ଚେରକିଆ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୈଠକ ପରିଦର୍ଶନ କରିଥିଲେ। ସେହିପରି ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ବିତୀୟ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହେଇଥିଲା । ମାନପୁର ସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ପୁରି, ବରିଷ୍ଠ ଶିକ୍ଷୟିତ୍ରୀ ଚନ୍ଦ୍ରକଳା ଦାଶ ଯୋଗଦେଇ ଏଫ୍.ଏଲ୍.ଏନ୍ ଉପରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବୈଠକରେ ଶୈକ୍ଷିକ ଦିଗର ଉପରେ ଆଲୋଚନା ହୋଇଥିଲା । କବି ବାସୁଦେବ ସାହୁ ନୂଆଁଖାଇ ଉପରେ ଏକ ସମ୍ବଲପୁରୀ କବିତା ପାଠ କରି ସମସ୍ତଙ୍କୁ ବିମୋହିତ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ମନ୍ଦାକିନୀ ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ସ୍ଥାନୀୟ ସଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ସୁଧାଂଶୁ ଶେଖର ଜାଲଙ୍କ ଆବାହକତ୍ବ ତଥା ପ୍ରଧାନ ଶିକ୍ଷକ ଚିତ୍ରରେଖା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେର ପରିଦର୍ଶନ କରିଥିଲେ ।ସିଆରସିସି ଦୁର୍ବାଦଳ ବଡଗୋଛିଆଙ୍କ ଆବାହକତ୍ବ ତଥା ପ୍ରଧାନ ଶିକ୍ଷକ ପ୍ରଭାସ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ବଡବାଉଁଶେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଲାଉମୁଣ୍ଡା ସିଆରସିସି ପ୍ରକାଶ ମହାନନ୍ଦଙ୍କ ଆବାହକତ୍ବରେ ଖନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ବୈଠକକୁ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା ପରିଦର୍ଶନ କରିଥିଲେ । ସେହିପରି ସିଆରସିସି ବାସୁଦେବ ପ୍ରଧାନ, ହେମନ୍ତ କୁମାର ଆରୁକ, ନବୀନ କୁମାର ସାହୁ, ପ୍ରଭାବ ରଞ୍ଜନ ସାହୁ, ପ୍ରଫୁଲ୍ଲ ଭୋଇ, ତ୍ରିନାଥ ସେଠ, ଡୋଳାମଣି କୁମ୍ଭାରଙ୍କ ଆବାହକତ୍ବରେ ବିଭିନ୍ନ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।



