

ସାଇପାଲିରେ ଜାତୀୟ କ୍ରିଡା ଦିବସ ପାଳନ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ସାଇପାଲି ଠାରେ ବ୍ଲକସ୍ତରୀୟ ଫୁଟବଲ ଖେଳାଳୀ ଚୟନ ଶିବିର ତଥା ଜାତୀୟ କ୍ରୀଡ଼ା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାହୁ କ୍ରୀଡା ପତାକା ଉତ୍ତୋଳନ କରିବା ସହିତ ଜାତୀୟ କ୍ରୀଡ଼ା ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ପରିଚାଳନା କମିଟିର ଅଧ୍ୟକ୍ଷ ବିଶିକେଶନ ମେହେର, ବ୍ଲକ ସମ୍ପାଦକ ଭବାନୀ ଶଙ୍କର ସାହୁ, ବରିଷ୍ଠ କ୍ରୀଡ଼ା ଶିକ୍ଷକ ସଚ୍ଚିଦାନନ୍ଦ ପଧାନ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଲିଙ୍ଗରାଜ ଖମାରୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ସାମିଲ ଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ସଞ୍ଜୟ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାରୋଟି ସବ୍ ବ୍ଲକରୁ ଅଂଶଗ୍ରହଣ କରିଥିବା ଖେଳାଳୀମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ବିଜେପୁର ବ୍ଲକ ଦଳ ଭାବେ ଚୟନ କରାଯାଇଥିଲା । ଏଥିରେ ବ୍ଲକର ସମସ୍ତ ପିଇଟି ଓ ପିଟିଆଇ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଶଙ୍କର ମେହେର କାର୍ଯକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





