ବିଜେପୁର ସାର୍ବଜନୀନ ଦୁର୍ଗା ପୂଜାର ପ୍ଲାଟିନମ୍ ଜୁବଲି ଉତ୍ସବ, ଆରମ୍ଭ ହେଲା ଧାର୍ମିକ କାର୍ଯ୍ୟକ୍ରମ

ବିଜେପୁର ସାର୍ବଜନୀନ ଦୁର୍ଗା ପୂଜାର ପ୍ଲାଟିନମ୍ ଜୁବଲି ଉତ୍ସବ, ଆରମ୍ଭ ହେଲା ଧାର୍ମିକ କାର୍ଯ୍ୟକ୍ରମ

ବରଗଡ/ବିଜେପୁର : ବିଜେପୁର ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ଲାଟିନମ୍ ଜୁବଲି ଅବସରରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଅଧିବାସ, ବିଲ୍ବବରଣ, ପାଟଖଣ୍ଡା ଧୁଆ ଓ କଳସଯାତ୍ରା ଭଳି ପାରମ୍ପରିକ ରୀତିନୀତି ପାଳନ କରାଯାଇଛି। ମା’ ଦୁର୍ଗାଙ୍କ ପୂଜାକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ପବିତ୍ର ଅବସରରେ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ବିଜେପୁରର ଏହି ପାରମ୍ପରିକ ଦୁର୍ଗାପୂଜାର ପ୍ଲାଟିନମ୍ ଜୁବଲି ଉତ୍ସବକୁ ନେଇ ଭକ୍ତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଦୀର୍ଘ ପରମ୍ପରା ସହ ଜଡିତ ବଜେପୁରର ଏହି ସାର୍ବଜନୀନ ଦୁର୍ଗାପୂଜାର ପ୍ଳଟିନମ୍ ଜୁବଳି ଉତ୍ସବ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିବାର ଏକ ସୁଯୋଗ। ଦୁର୍ଗାପୂଜା କମିଟି ବିଜେପୁର ପକ୍ଷରୁ ଏହି ଉତ୍ସବକୁ ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ପାଳନ କରିବା ପାଇଁ ଆୟୋଜନ ସହିତ ପାଳନ କରାଯାଉଛି ।

Leave a Comment

Your email address will not be published. Required fields are marked *

Scroll to Top