

ମହାଳୟାରେ ସମଲେଶ୍ୱରୀ ମାଆଙ୍କର ଧବଳମୁଖୀ ବେଶ


ବରଗଡ/ବିଜେପୁର : ପବିତ୍ର ମହାଳୟାର ଶୁଭ ଅବସରରେ ବରଗଡ଼ ଜିଲ୍ଲା ବିଜେପୁର ମାଆ ସମଲେଶ୍ୱରୀଙ୍କ ମନ୍ଦିରେ ପବିତ୍ର ମହାଳୟାର ଶୁଭ ଅବସରରେ ସନ୍ଧ୍ୟା ସମୟରେ ଆଧ୍ୟାତ୍ମିକ ଭକ୍ତିମୟ ପରିବେଶରେ ମାଆ ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତ, ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି, ଯଦ୍ୱାରା ଭକ୍ତମାନେ ଆନ୍ତରିକ ଭକ୍ତିରେ ଦର୍ଶନ କରିଛନ୍ତି । ଏହା ପୂର୍ବରୁ ଶତାଧିକ ମାଆ ଓ ଭଉଣୀଙ୍କ ମେଳରେ ପାରମ୍ପରିକ ଖଣ୍ଡାଧୂଆ ବା କଳସ ଯାତ୍ରା ପର୍ବ ପାଳିତ ହୋଇଥିଲା । ପାରମ୍ପରିକ ଭରନି ବାଦ୍ୟ, ଶଙ୍ଖ, ଘଣ୍ଟ, ହୁଳହୁଳିର ନାଦରେ ମନ୍ଦିର ପରିସର ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା । ଆଗାମୀ ଦଶହରା ଦଶମୀ ପଯ୍ୟନ୍ତ ନଅ ଦିନ ଧରି ମାଆ ସମଲେଶ୍ୱରୀଙ୍କୁ ନବବେଶରେ ପୂଜାର୍ଚ୍ଚନା କରାଯିବ ବୋଲି ମନ୍ଦିର ପରିଚାଳକ ତୁଳସୀରାମ ଭୋଇ କହିଛନ୍ତି । ପୂଜକ ଯଶୋବନ୍ତ ମିଶ୍ରଙ୍କ, ଚଣ୍ଡୀପାଠକ ସୁଶାନ୍ତ ଦାଶ ଓ ହୃଷୀକେଶ ହୋତା ଧୂପଦୀପ ପୂଜାର୍ଚ୍ଚନା ଦାୟୀତ୍ଵ ତୁଳାଉଥିବା ବେଳେ ଭକ୍ତି ଶ୍ରଦ୍ଧାଳୁମାନେ ଏଥିରେ ସହଯୋଗ କରୁଛନ୍ତି ।





