ବ୍ଲକ ସ୍ତରୀୟ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ପୁରଷ୍କାର ବିତରଣ ଉତ୍ସବ

ବ୍ଲକ ସ୍ତରୀୟ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ପୁରଷ୍କାର ବିତରଣ ଉତ୍ସବ

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଗାୟତ୍ରୀ ପରିବାର ତରଫରୁ ବ୍ଲକ ସ୍ତରୀୟ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ୨୦୨୫ ର ପୁରଷ୍କାର ବିତରଣ ଉତ୍ସବ ବିଜେପୁର ଏସଏଚଜି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାଧକ ତଥା ଶିକ୍ଷାବିତ୍ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ବରେ ଅତିଥି ଭାବେ ଜିଲ୍ଲା ବରିଷ୍ଠ ସାଧକ ମୀନକେତନ ପାତ୍ର, ରେଡିଏନ୍ସ୍ ଶିକ୍ଷାନୁଷ୍ଠାନର ଚେୟାରମେନ ଅଜିତ କୁମାର ମେହେର, ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ଜିଲ୍ଲା ସଂଯୋଜକ ଗୋବର୍ଦ୍ଧନ ମେହେର ଉପସ୍ଥିତ ରହି ସୁଚିନ୍ତିତ ଆକର୍ଷଣୀୟ ମତ ମନ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମେ ଚୈତନ୍ୟ ସାହୁଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ବଳନ ଓ ଦେବ ଆବାହନ କରାଯାଇଥିଲା । ପ୍ରଫୁଲ୍ଲ ନାୟକ ଓ ପ୍ରେମରାଜ ପଧାନ ଅତିଥିଙ୍କୁ ସ୍ବାଗତ ଓ ପରିଚୟ ପ୍ରଦାନ କରିବା ପରେ ସେମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।

ଏହି ଅବସରରେ ଶିକ୍ଷାବିତ୍ ଶ୍ରୀଯୁକ୍ତ ନାୟକ ବ୍ଲକ ସ୍ତରୀୟ ଭାରତୀୟ ଜ୍ଞାନ ସଂସ୍କୃତି ଜ୍ଞାନ ପରୀକ୍ଷା ୨୦୨୫ ର କୃତି ଛାତ୍ରଛାତ୍ରୀଙ୍କ ବିବରଣୀ ପଠନ କରିଥିଲେ ଓ ସୌମ୍ୟ ମେହେର, ସ୍ବାତି ସ୍ମୃତି ସାହା, ରୁପ୍ସା ସାହୁ, ସ୍ମୃତି ମେହେର, ରଶ୍ମୀତା କଲେତ, ଶିଖା ପଟେଲ, ଅଙ୍କିତା ସା, ଲକ୍ଷ୍ମୀପ୍ରିୟା ଧରୁଆ, ସୃଷ୍ଟିରାଣୀ ମହାନନ୍ଦ, ତୃପ୍ତି ମୁଗ୍ରୀ, ଜିଗର ବାଗ, ରାଶି ବାଗ, ଅର୍ପିତା ମହାନନ୍ଦ, ରୁବିନା ମହାନନ୍ଦ, ଦିବ୍ୟ ରଣା, ଶ୍ରୀୟାଂଶି ମହାନନ୍ଦ, ମିିକି ଛତ୍ରିଆ, ଆଦିତ୍ୟ ନାଏକ, ପଙ୍କଜ ନନ୍ଦ, ଶୋହନ କଲେତ, ମୁକ୍ସାନ ଧରୁଆ, ଲିଜା ରଣା, ବିରେନ୍ଦ୍ର ଡନସନା, ଭାରତୀ ରାଜହଂସ, ଜାମିନୀ ମେହେର, ସନ୍ଧ୍ୟାରାଣୀ ଭୁଏ ପ୍ରମୁଖ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଗଣ ପୁରଷ୍କୃତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବିଶେଷ ଭାବେ ଶିକ୍ଷକ ଓ ଶିଶୁ ମାନଙ୍କ ଅନୁଭୂତି ଉପରେ ଏକ ଉଦ୍ଦେଶ୍ୟମୂଳକ ଚର୍ଚ୍ଚା କରାଯାଇଥିଲା । ବିଜେପୁର ବ୍ଲକ ଗାୟତ୍ରୀ ପରିବାରର ସଦସ୍ୟଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଆଧ୍ୟାତ୍ମିକ ଭାବ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଶିକ୍ଷକ ପ୍ରେମରାଜ ପଧାନଙ୍କ ଧନ୍ୟବାଦ ଜ୍ଞାପନ ପରେ ଶାନ୍ତିପାଠ ପୂର୍ବକ କାର୍ଯକ୍ରମ ସମାପ୍ତ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top