ରେଡିଏନ୍ସରେ ମେହେର କବିଙ୍କ ଜୟନ୍ତୀ ପାଳନ

କବିଙ୍କ ବିଶ୍ବଦେଖ ମଧୁମୟ ସଙ୍ଗୀତରେ ସଙ୍ଗୀତମୟ ପ୍ରକୃତି ବିହାର

ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ସ୍ବଭାଭ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଅଧ୍ୟାପିକା କୁମୋଦିନୀ ବାରିକଙ୍କ ସଭା ସଂଯୋଜନାରେ ମୁଖ୍ୟ ଅତିଥି ଚେୟାରମେନ୍ ଅଜିତ କୁମାର ମେହେରଙ୍କ ସମେତ ମୁଖ୍ୟବକ୍ତା ଅଞ୍ଚଳ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼. ସରୋଜ ନାଏକ ଓ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ରେବନ୍ତ କୁମାର ମେହେର ମଞ୍ଚାସୀପ ଥିଲେ । ସଭାରେ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର, ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର, ଉପଦେଷ୍ଟା ରଜେଶ୍ରୀ ମେହେର, ଉପାଧ୍ୟକ୍ଷ ସଞ୍ଜୟ ବାରିକ, ଅଧ୍ୟାପକ ପ୍ରଫୁଲ୍ଲ ପଧାନ, ଡିଙ୍ଗର ବାଗ, ଆଲୋକ ପୋଢ, ସଞ୍ଜୟ ପଧାନ, ସୁରେନ୍ଦ୍ର ସେଠ, ଅଧ୍ୟାପିକା ହେଲିସା ବେହେରା, ସୁପ୍ରିୟା ମେହେର, ଆୟୁଶା ପଧାନ, ଗୁଡ୍ଡି ଭୋଇ, ଅଲିଭା ମେହେର ଓ ଛାତ୍ରଛାତ୍ରୀଙ୍କ ସମେତ ଅନୁଷ୍ଠାନର କର୍ମଚାରୀଗଣ ଉପସ୍ଥିତ ଥିଲେ ।ଅଧ୍ୟକ୍ଷ ପ୍ରଫେସର ମେହେର କବିଙ୍କ ବିନୟ ଭାବକୁ ବର୍ଣ୍ଣନା ପୂର୍ବକ ଭାବବିହ୍ବଳ ହୋଇଥିବେ ବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମେହେର କବିଙ୍କ ବିଜେପୁର ରହଣି ସମ୍ପର୍କରେ ଧାରଣା ଦେଇଥିଲେ । ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶ୍ରୀଯୁକ୍ତ ମେହେର, କବି ଗଙ୍ଗାଧରଙ୍କୁ ସମନ୍ମୟବାଦୀ କବି ବୋଲି ମତ ପୋଷଣ କରିଥିଲେ ମୁଖ୍ୟ ଆକର୍ଷଣ ମୁଖ୍ୟବକ୍ତା ଡ଼. ନାଏକ ମାନବ ଜାତିର ସ୍ଥିତିକୁ ନେଇ ଲେଖିଥିବା କବିତାକୁ ବ୍ୟାଖ୍ୟା କରିବା ସହ ଗଙ୍ଗଧରୀୟ କାବ୍ୟ ସମୁଦ୍ର ସଦୃଶ୍ୟ ସେଥିରୁ ଗୋଟିଏ ରାଜଧର୍ମ ଓ ପାରିବାରିକ ଜୀବନ ଉପରେ ବିଶେଷ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗଙ୍ଗାଧରୀୟ କବିତାରେ ସଙ୍ଗୀତ ଓ ନୃତ୍ୟ ପରିବେଷିତ ହୋଇଥିଲା । ଶେଷରେ ଓଡ଼ିଆ ଅଧ୍ୟାପିକା ଅଲିଭା ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷାନୁଷ୍ଠାନର ଏପରି ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ଓ ଭଳପାଇବା ସମାଜ ଏକ ପାଇଁ ଉଦାହରଣ ବୋଲି ଜନମତ ପ୍ରକାଶ ପାଇଛି ।

Leave a Comment

Your email address will not be published. Required fields are marked *

Scroll to Top