ପପଙ୍ଗା ଶିଶୁ ବିଦ୍ୟାମନ୍ଦିର କଲୋନୀରେ ରକ୍ଷାବନ୍ଧନ

ପପଙ୍ଗା ଶିଶୁ ବିଦ୍ୟାମନ୍ଦିର କଲୋନୀରେ ରକ୍ଷାବନ୍ଧନ

ବଳଗଡ/ଭେଡେନ : ପପଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲୋନୀ ପରିସରରେ ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନନୀୟ ଉମାକାନ୍ତ ମେଣ୍ଡଲୀ ଯୋଗଦେଇ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ । କାର୍ଯ୍ୟକ୍ରମରେ କୁନି ମହାକୁର ଓ ଟ୍ୱୀଙ୍କିଲ ବେହେରା ବକ୍ତବ୍ୟ ପ୍ରଦାନ କରି ରକ୍ଷାବନ୍ଧନର ମହତ୍ତ୍ୱ ଓ ଭାଇଚାରାର ବାର୍ତ୍ତା ଉପସ୍ଥାପନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରକାଶଚନ୍ଦ୍ର ଦଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବର ପରିଚାଳନାରେ ମାନ ରଣା, ସୁଜାତା, ଅନିମା ଓ ସସ୍ମିତା ଗୁରୁମା ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଗୁରୁମା କଲ୍ୟାଣୀ, ବୀଣା, ସୂର୍ଯ୍ୟକାନ୍ତି, ସୁନୀତି, ରମ୍ଭା, ପାୟଲ, ସୀମା ସବିତା ମମତା, ସନ୍ତୋଷ ଗୁରୁଜୀ, ରଜନୀ ଗୁରୁଜୀ ଓ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଶିଶୁମାନେ ଓ ଗୁରୁଜୀ-ଗୁରୁମାମାନେ ନଗର ପରିକ୍ରମା କରି ବିଭିନ୍ନ ସ୍ଥାନରେ ରାକ୍ଷୀ ବାନ୍ଧି ଭାଇଚାରା, ସ୍ନେହ, ସୁରକ୍ଷା ଓ ସାମାଜିକ ଏକତାର ବାର୍ତ୍ତା ପ୍ରଚାର କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ, ଆନନ୍ଦମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ସମାପ୍ତ ହୋଇଥିଲା ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top