ରେଡିଏନସରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ “ନବପଲ୍ଲବ”

ରେଡିଏନସରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ “ନବପଲ୍ଲବ”

ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ “ନବପଲ୍ଲବ” ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଅମନ ମେହେରଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଚେୟାରମେନ ଅଜିତ କୁମାର ମେହେର ଓ ସମ୍ମାନୀତ ଅତିଥି ଭାବେ ସ୍କୁଲର ଅଧ୍ୟକ୍ଷା ମୋହିନୀ ମେହେର, ପ୍ରଫେସର ରେବନ୍ତ କୁମାର ମେହେର, ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର, ଉପଦେଷ୍ଟା ରଜେଶ୍ରୀ ମେହେର, ଉପାଧ୍ୟକ୍ଷ ସଞ୍ଜୟ ବାରିକ, ଅଧ୍ୟାପକ ପ୍ରଫୁଲ୍ଲ ପଧାନ, ଡିଙ୍ଗର ବାଗ, ଆଲୋକ ପୋଢ, ସଞ୍ଜୟ ପଧାନ, ସୁରେନ୍ଦ୍ର ସେଠ, ଅଧ୍ୟାପିକା ହେଲିସା ବେହେରା, କୁମୋଦିନି ବାରିକ, ସୁପ୍ରିୟା ମେହେର, ଆୟୁଶା ପଧାନ, ଗୁଡ୍ଡି ଭୋଇ, ଅଲିଭା ମେହେରଙ୍କ ସମେତ ଛାତ୍ରଜାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଚେୟାରମେନ୍ ଶ୍ରୀ ମେହେର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଚରିତ୍ର ଗଠନ ପାଇଁ ଉଦବୋଧନ ଦେଇଥିବା ବେଳେ ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳାଗତ ଆଚରଣ ଉପରେ ଉଦବୋଧନ ଦେଇଥିଲେ । ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ମେହେର ମାତା ଓ ପିତାଙ୍କ ଆଶା ପୂରଣ କରିବା ପାଇଁ ମତ ରଖିଥିଲେ । ପ୍ରଫେସର୍ ରେବାନ୍ତ ମେହେର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଆବଶ୍ୟକତାକୁ ଦୋହରାଇଥିବା ବେଳେ ଉପାଧ୍ୟକ୍ଷ ଶ୍ରୀ ବାରିକ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେଇ ଛାତ୍ରଛାତ୍ରୀ ମାନଙ୍କ ସଞ୍ଜମ ଆଚରଣ ଓ ଉଚ୍ଚାରଣରେ ସବୁବେଳେ ସକାରାତ୍ମକ ମନୋଭାବ ସୃଷ୍ଟି ହେବ ଯାହା ସମସ୍ତ ସ୍ଥାନରେ ସ୍ନେହ ଓ ଶ୍ରଦ୍ଧାର ଭାଗିଦାରୀ ହୋଇପାରିବେ ବୋଲି ଦୃଢଉକ୍ତି ପ୍ରକାଶ କରିଥିଲେ ।ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭୂଶୟୀ ପ୍ରଶଂସା କରିଥିଲେ ।ଶେଷରେ ଛାତ୍ରୀ ଚେତନା ଡନସନା ଧନ୍ୟବାଦ ଜ୍ଞାପନ କରିଥିଲେ । ଛାତ୍ରଛାତ୍ରୀମାନେ ପ୍ରାରମ୍ଭରୁ ସକାରାତ୍ମକ ମାନସିକତାର ସହିତ ଆଗେଇଲେ ଆଶାନୁରୂପ ଫଳାଫଳ ପ୍ରପ୍ତ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top