

ରାକ୍ଷୀ ବନ୍ଧନର ନିଆରା ପରମ୍ପରା ପାଳନ:-
ବରଗଡ଼/ବିଜେପୁର : ବଳଗଡ ଜିଲ୍ଲା ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଦିବ୍ୟଜ୍ୟୋତି ରଥକୁ ସ୍ୱାଗତ କରି ଦୀପ ପ୍ରଜ୍ଜ୍ବଳନ ପୂର୍ବକ ପୁଷ୍ପାର୍ପଣ କରାଯାଇଥିଲା । ଅନୁଷ୍ଠାନର ଚେୟାରମେନ ଅଜିତ କୁମାର ମେହେର, ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର, ପ୍ରଫେସର ରେବନ୍ତ କୁମାର ମେହେର, ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର, ଉପଦେଷ୍ଟା ରଜେଶ୍ରୀ ମେହେର, ଉପାଧ୍ୟକ୍ଷ ସଞ୍ଜୟ ବାରିକ, ଅଧ୍ୟାପକ ପ୍ରଫୁଲ୍ଲ ପଧାନ, ଡିଙ୍ଗର ବାଗ, ଆଲୋକ ପୋଢ, ସଞ୍ଜୟ ପଧାନ, ସୁରେନ୍ଦ୍ର ସେଠ, ଅଧ୍ୟାପିକା ହେଲିସା ବେହେରା, କୁମୋଦିନି ବାରିକ, ସୁପ୍ରିୟା ମେହେର, ଆୟୁଶା ପଧାନ, ଗୁଡ୍ଡି ଭୋଇ, ଅଲିଭା ମେହେର, ସୁମନ୍ତ ସୁନା, ସ୍ବାଗତିକା ପଣ୍ଡା, କରୁଣା ପଣ୍ଡା, ସନ୍ତୋଷ ବାରିକ, ରୋହିତ ଭୋଇ, କିଶୋର ମାହାଣାଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା, ଶିକ୍ଷକ/ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନଙ୍କ ମଧ୍ୟରେ ରାକ୍ଷୀ ବନ୍ଧନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତି ଚମତ୍କାର ଭାବେ ପ୍ରଦର୍ଶନ କରିଥିଲେ । ରେଡିଏନ୍ସ ଶିକ୍ଷାନୁଷ୍ଠାନର ଏହି ଅଭିନବ ସଂସ୍କୃତି ଓ ପରମ୍ପରା ଚିରଦିନ ବଳବତ୍ତର ରହିବ ବୋଲି ଅନୁଷ୍ଠାନର ଚେୟାରମେନ ଶ୍ରୀ ମେହେର ପ୍ରକାଶ କରିଛନ୍ତି ।





