ପ୍ରଧାନ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା

ପ୍ରଧାନ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା

ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପହଣ୍ଡି ଉଚ୍ଚ ବିଦ୍ୟାଳୟରେ ଅଦ୍ୟ ତା.୩୦.୦୪.୨୦୨୬ ଗୁରୁବାର ସକାଳ ପ୍ରାୟ ୭ ଘଣ୍ଟା ସମୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ପୁରୋହିତଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟୀ ସଭାପତି ଶ୍ରୀଯୁକ୍ତ ନିମାଇଁ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ, ଛାତ୍ରଛାତ୍ରୀ ତଥା ପରିଚାଳନା କମିଟିର ସଦସ୍ୟଙ୍କ ସମେତ ଅଭିଭାବକଗଣ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ଶିକ୍ଷକ ଗୟାଧର ପଟେଲ ସଭା ପରିଚାଳନା କରିଥିଲେ । ବିଗତ ୨୨ ଅକ୍ଟୋବର ୨୦୨୨ ରୁ ଏପର୍ଯ୍ୟନ୍ତ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୁରୋହିତଙ୍କ କାର୍ଯ୍ୟକାଳ ସମୟରେ ବିଦ୍ୟାଳୟର ପରିବେଶ ଓ ଶିକ୍ଷାଦାନ କ୍ଷେତ୍ରରେ ବିଶେଷ ଉନ୍ନତି ହୋଇଥିବାର ମଞ୍ଚାସୀନ ଅତିଥିଗଣ ପ୍ରକାଶ କରିଥିଲେ ।

ଏହି ଅବସରରେ ବିଦ୍ୟାଳୟ, ପରିଚାଳନା କମିଟୀ ଓ ଛାତ୍ରଛାତ୍ରୀଙ୍କ ତରଫରୁ ଶ୍ରୀଯୁକ୍ତ ପୁରୋହିତଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । କଠିନ ପରିଶ୍ରମ ବଳରେ ନିଜକୁ ପ୍ରତିଷ୍ଠିତ କରିବା ସହିତ ବିଦ୍ୟାଳୟର ସୁନାମ ବଜାୟ ରଖିବା ନିମିତ୍ତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଉଦବୋଧନ ଦେଇଥିଲେ । ଏହି ଅବସରରେ ବର୍ଷକ ପୂବରୁ ଉକ୍ତ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାମ କରିଥିବା ସୁଶ୍ରୀ ରଶ୍ମିତା ମଲ୍ଲିକ ଚଳିତ ମାସ ଅନ୍ୟ ଏକ ଉଚ୍ଚ ପଦବୀରେ ଭୂଷିତ ହୋଇଥିବା ବେଳେ ତାଙ୍କୁ ବିଦାୟ ପୂର୍ବକ ସମ୍ମାନୀତ କରାଯିବା ସହିତ ବିଦ୍ୟାଳୟ ପ୍ରତି ଜଡିତ ରହିବାର ଆଶା କରାଯାଇଥିଲା । ବିଦ୍ୟାଳୟର ଖାଲି ପଦବୀ ଗୁଡ଼ିକ ଶୀଘ୍ର ପୂରଣ ପାଇଁ କମିଟୀ ତରଫରୁ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଅନୁରୋଧ କରାଯିବା ପାଇଁ ସଭାରେ ମତ ପ୍ରକାଶ ପାଇଥିଲା । ଶେଷରେ ନିରଞ୍ଜନ ରଣା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top