କଟାପାଲି କଲେଜରେ ଖଗେଶ୍ବର ଶେଠ ଜୟନ୍ତୀ ପାଳିତ

ଖଗେଶ୍ବର ସାହିତ୍ୟ ସାମାଜିକ ସଂସ୍କାର ଆଣିବାରେ କ୍ଷମ ହେବ

ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ କଟାପାଲି ଲଲିତାଦେବୀ ମହିଳା ବିଦ୍ୟାଳୟରେ ଖଗେଶ୍ବର ସାହିତ୍ୟ କଳା ପରିଷଦ ବିଜେପୁର ତରଫରୁ ସଭାପତି ମୋହନ ସିଂ କହ୍ନେଇଙ୍କ ସଭାପତିତ୍ବରେ ସାହିତ୍ୟପ୍ରାଣ କବି ଖଗେଶ୍ବର ଶେଠଙ୍କ ଜୟନ୍ତୀ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ ଉପସ୍ଥିତ ରହି ଖଗେଶ୍ବର ସାହିତ୍ୟ ସାମାଜିକ ସଂସ୍କାର ଆଣିବାରେ କ୍ଷମ ହେବ ବୋଲି କହିଥିଲେ । ଅତିଥି ଭାବେ କଲେଜର ଅଧ୍ୟକ୍ଷ ପ୍ରଦୀପ ସାହୁ ଓ ସଂପାଦକ ଭାସ୍କର ସାହୁ, ବରଗଡ଼ ସାଂସଦ ପ୍ରତିନିଧି ପ୍ରସନ୍ନ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ରହିଛି। ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କବି ଖଗେଶ୍ବର ଶେଠଙ୍କର ପଏର୍ଛାସତୀ କାବ୍ୟର ଇଂରାଜୀ ଅନୁବାଦ ପୁସ୍ତକ ଲୋକାର୍ପିତ ହୋଇଥିଲା । ଏହାକୁ ସୁଷମା ଦାସ ଅନୁବାଦ କରିଥିବା ବେଳେ ସାହିତ୍ୟିକ ମୋହନ ସାହୁ ସଂପାଦନା କରିଛନ୍ତି । କଣ୍ଠଶିଳ୍ପୀ ସୁଷମା ଭୋଇ କବିଙ୍କ ନିବେଦନ କବିତା ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ । କ୍ରୀଡ଼ା ଶିକ୍ଷକ ବାଳକୃଷ୍ଣ ପୋଢ ସ୍ବାଗତ ବକ୍ତବ୍ୟ, ସହ-ସମ୍ପାଦକ ମକରଧ୍ବଜ ସାହୁ ଅତିଥି ପରିଚୟ, କବି ଜଗତଜ୍ଜୀବନ ରାମ ଡନସନା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଇତିହାସ ଅଧ୍ୟାପକ ହୃଷିକେଶ ପୋଢ ଧନ୍ୟବାଦ ଜ୍ଞାପନ କରିଥିଲେ । ପରେ ସହ-ସମ୍ପାଦକ ମକରଧ୍ବଜ ସାହୁଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ସମାରୋହରେ ବିମଳ ଡନସନା, ତରଣୀସେନ ପଧାନ, ତୁଳସୀରାମ ମେହେର, ମାଲଖୁଲୁ ହରିପାଲ, ହୃଷିକେଶ ପୋଢ, ପୁଢୁ ଭୁଏ, ଧନେଶ୍ବର ବିଶି, ଯୁଗେଶ୍ବର ତାଣ୍ଡିଙ୍କ ସମେତ କବିଗଣ ଯୋଗଦେଇ କବିଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସଂସ୍କୃତ ଅଧ୍ୟାପିକା ରୋଜୀଶ୍ରୀ ସାହୁ, ସୁରେନ୍ଦ୍ର କୁମାର ପୋଢ, ଘନଶ୍ୟାମ ଖମାରୀଙ୍କ ସମେତ ସ୍ଥାନୀୟ ମହାବିଦ୍ୟାଳୟର କର୍ମଚାରୀଗଣ ପରିଚାଳନାରେ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top