

ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡରେ ବଜରଙ୍ଗ ଦଳ ଆନୁକୂଲ୍ୟରେ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ହନୁମାନ ପ୍ରଭୂଙ୍କ ପୂଜାର୍ଚ୍ଚନା ପରେ ଶତାଧିକ ଜନ ସମୂହଙ୍କ ଦ୍ବାରା କସ୍ତାଳ ପାର୍ଟି ଓ ଡିଜେ ସହିତ ଏକ ଶୋଭାଯାତ୍ରାରେ ବସ୍ତି ପରିକ୍ରମା କରାଯାଇଥିଲା । ଏଥିରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ଅଚ୍ୟୁତ ତ୍ରିପାଠୀ, ସୁଧାଂଶୁ ସାହୁ, ବିଜୟ ତ୍ରିପାଠୀ, ସିକି ମେହେର, ଅଜିତ ତ୍ରିପାଠୀ, ଲବ ପଧାନ, ସଲିମ ବେହେରା, ଶନିଶ୍ଚର ବେହେରା, ତୁଳସୀରାମ ପୁଝାରୀ, ଅଭିଶେକ ପୋଢ, ଗଣ୍ଡା ବେହେରା, ସରପଞ୍ଚ ମନୋଜ ପଧାନ, ସମିତି ସଭ୍ୟ ସଞ୍ଜିବ ସଞ୍ଜିବ ଗଡତିଆ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଦାମ ସାହୁ, ଅଶୋକ ପୁଝାରୀ, ଶିବୁ ମେହେର, ଜିତୁ ମେହେର, ବୃନ୍ଦାବନ ସାହୁ, ଡିଲେ ସାହୁ ସମେତ ଖରମୁଣ୍ଡା ଗ୍ରାମବାସୀ ସାମିଲ ରହି ଶୋଭାଯାତ୍ରାକୁ ସଫଳ କରିଥିଲେ । ଶେଷରେ ସାମୁହିକ ଭାବେ ସମସ୍ତେ ପଣା ଓ ପ୍ରସାଦ ସେବନ କରି ସ୍ବଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ ।


