

ମଙ୍ଗଳୁ ସାହୁଙ୍କ ସ୍ମୃତି ସଭାରେ ବହୁଭାଷୀ କବିତା ଆସର
ବରଗଡ/ସୋହେଲା : ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ଠାରେ ଆଦର୍ଶ ଶିକ୍ଷକ ତଥା ପ୍ରସିଦ୍ଧ ସାହିତ୍ୟିକ ମଙ୍ଗଳୁ ସାହୁଙ୍କ ସ୍ମୃତିରେ ଏକ ଗମ୍ଭୀର ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲୋକକବି ରତ୍ନ ଓ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହଳଧର ନାଗ, କବୟିତ୍ରୀ ମମତା ନାଗ, ଅବସରପ୍ରାପ୍ତ ଶିକ୍ଷକ ଡୋଳାମଣି ପଧାନ, କେଶବ ବୁଡେକ, ପଦ୍ମାଳୟା ପଣ୍ଡା, ସବିତା ମିଶ୍ର, ସୁରେଶ କୁମାର ଦାସ, ଗୌରୀ ଚରଣ ସାହୁ, ପ୍ରଦୀପ କୁମାର ବେହେରା, ଅଶୋକ ପୂଜାହାରି, ଶ୍ରୀବତ୍ସ ମହାପାତ୍ର ସହିତ ଅନ୍ୟାନ୍ୟ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ରହି ଶ୍ରୀ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବହୁଭାଷୀ କବିତା ପାଠୋତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କବିମାନେ ସ୍ବ-ରଚିତ କବିତା ପାଠ କରିଥିଲେ । କବି ସନତ ସାହୁ, ଗୋକୁଳାନନ୍ଦ ପାତ୍ର, ପ୍ରଭା ଦାସ, ଡା. ପଦ୍ମାଳୟା ପଣ୍ଡା, ସଦାନନ୍ଦ ମେହେର, ବିରସ୍ତମା ସାହୁ, ସୁରେଶ ଦାସ, ପ୍ରଭଞ୍ଜନ ଆଦି କବିମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସାହିତ୍ୟ ସୃଜନକୁ ଆହୁରି ସମୃଦ୍ଧ କରିଥିଲେ । ଦେବଦତ୍ତ ସାହୁଙ୍କ ଆବାହନ କ୍ରମେ ବିଭୁଦତ୍ତ ସାହୁ, ଗୋବିନ୍ଦ ସାହୁ, ସୁଜାତା ସାହୁ, ନିଳୀମା ସାହୁ, ପୁନିତା ସାହୁ, ପ୍ରେମରାଜ ପଟେଲ, ଘେଁସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ସାହୁ, ଦାଶରଥି ସାହୁ, ଶ୍ରୀବତ୍ସ ମହାପାତ୍ର, ଅଜାମ୍ବି୍ଲ ପାତ୍ର ଆଦି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ପୂର୍ବକ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା ।


