

ସାଂସଦଙ୍କୁ ଭେଟିଲେ ବରିଷ୍ଠ ନାଗରିକ ସଂଘ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ରେଡିଏନ୍ସ୍ ଶିକ୍ଷାନୁଷ୍ଠାନର ଇଉଫୋରିଆ ୨୦୨୬ ଅବସରରେ ବିଜେପୁର ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତାଗଣ ମାନ୍ୟବର ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅବଗତ କରାଇଥିଲେ । ସଂଘ ସଭାପତି ଶ୍ରୀଯୁକ୍ତ ନବ କିଶୋର ସାହୁ ଏବଂ ସମ୍ପାଦକ ଶ୍ରୀଯୁକ୍ତ ହିମାଦ୍ରୀ ବିହାରୀ ବେହେରା ସାଂସଦ ମହାଶୟଙ୍କୁ ସ୍ବତନ୍ତ୍ର ସାକ୍ଷାତ ପାଇଁ ସମୟ ମାଗିଥିଲେ । ସାଂସଦ ମହୋଦୟ ପ୍ରତ୍ୟୁତ୍ତରରେ କହିଥିଲେ ଯେ, ଆମେ ବି କିଛିଦିନ ପରେ ବରିଷ୍ଠ ନାଗରିକ ହେବୁ, ଆପଣମାନେ ନୃସିଂହନାଥକୁ ଆସନ୍ତୁ, ସେଇଠି ଠାକୁର ଦର୍ଶନ ସହିତ ପ୍ରଭୂଙ୍କ ଭୋଗ ସେବନ ସହିତ ଆପଣମାନେ ଚାହୁଁଥିବା ସମସ୍ତ ବିଷୟ ଉପରେ ଆଲୋଚନା କରିବା । ସାଂସଦଙ୍କ ଏତାଦୃଶ ଉଦାର ମନୋଭାବକୁ ବିଜେପୁର ବରିଷ୍ଠ ନିଗରିକ ସଂଘ ତରଫରୁ ପ୍ରଶଂସା କରାଯାଇଛି ।


