କୋଶଲି କବି କ୍ଷୀରୋଦ କୁମାର ସାହୁଙ୍କ ପିତୃ ବିୟୋଗ

କୋଶଲି କବି କ୍ଷୀରୋଦ କୁମାର ସାହୁଙ୍କ ପିତୃ ବିୟୋଗ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବରପିଟା ଗ୍ରାମର ଯୁବ କୋଶଲି କବି କ୍ଷୀରୋଦ କୁମାର ସାହୁଙ୍କ ପିତା ସୀତାରାମ ସାହୁଙ୍କ ପରଲୋକ ହୋଇ ଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୭୦ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ସାହୁ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କଳେ ଦୀର୍ଘ ଦିନ ଧରି ସମିତି ସମ୍ପାଦକ ତଥା କ୍ଷେତ୍ର ପରିଦର୍ଶକ ଭାରେ କାର୍ଯ୍ୟ କରି ଗତ ୨୦୧୮ ମସିହାରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ବିଭିନ୍ନ ଧର୍ମାନୁଷ୍ଠାନ  ମାନଙ୍କରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ଧର୍ମପରାୟଣା ତଥା ସମାଜସେବୀ ଭାବେ ପରିଚୟ ସୃଷ୍ଟି କରିବା ସହିତ ସଂକୀର୍ତ୍ତନ୍ୟ ଗାୟକ ଓ ନାଟ୍ୟ କଳାକାର ଭାବେ ଲୋକଙ୍କ ପ୍ରିୟଭାଜନ ହୋଇହିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାର ତଥା ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ଜ୍ୟେଷ୍ଠ ପୁତ୍ର କୋଶଲି କବି କ୍ଷୀରୋଦ ସାହୁ ମୁଖାଗ୍ନି ଦେଇଥିଲେ  । ତାଙ୍କ ପରଲୋକ ଖବର ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top