ସମ୍ବଲପୁରୀ ସେନାର ବସନ୍ତ ମହୋତ୍ସବ ଓ ଗୁଁଡ଼ିଖାଇ ଭେଟଘାଟ୍

ସମ୍ବଲପୁରୀ ସେନାର ବସନ୍ତ ମହୋତ୍ସବ ଓ ଗୁଁଡ଼ିଖାଇ ଭେଟଘାଟ୍

ସମ୍ବଲପୁର : ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଜୟ ମାଁ ସମଲେଇ ସମ୍ବଲପୁରୀ ସେନା ଆନୁକୂଲ୍ୟରେ ବସନ୍ତ ମହୋତ୍ସବ ଓ ଗୁଁଡ଼ିଖାଇ ଭେଟଘାଟ୍ ଅନୁଷ୍ଠିତ ହୋଇଛି । ଡ.ପଦ୍ମାଳୟା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡ.ମୋହନ ସାହୁ, ସମ୍ମାନୀତ ଅତିଥି ଭାବେ ଉତ୍ପଳା ଦାସ ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ଡ.ନାରାୟଣ ଭୋଇ, ସମ୍ମାନୀତ ବକ୍ତା ଭାବେ ମାନଭଞ୍ଜନ ପାଣିଗ୍ରାହୀ ଯୋଗଦେଇ ବହୁମୁଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଆବାହକ ସନତ କୁମାର ସାହୁଙ୍କ ନେତୃତ୍ବ ତଥା ଗୋକୁଳାନନ୍ଦ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସୁରେଶ ଦାସ, ମୋହନ ସିଂହ କହ୍ନେଇ, ସନ୍ତୋଷ ପ୍ରଧାନ, ଗୋପୀନାଥ ଷଡ଼ଙ୍ଗୀ ଓ ଲେଖାରାମ ମେହେର ପ୍ରମୁଖଙ୍କୁ ‘ସମ୍ବଲପୁର ବରପୁତ୍ର’ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପରେ କବୟିତ୍ରୀ ପୁତୁଲ ସୁପ୍ରିୟା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ତପସ୍ବିନା ନେପାକ, ସୁଷମା ହୋତା, ଜୟକୃଷ୍ଣ ବେହେରା, ଭବାନୀ ଶଙ୍କର ମେହେର, ମମତା ନଥ, ରଞ୍ଜନ କୁମର ନନ୍ଦ, ଶାଲତା ପାଶେ, ଇହୁ କେଶବ ବହିଦାର, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ସ୍ୱୟଂ ପ୍ରକଶ ପଣ୍ଡା, ପଙ୍କଜିନୀ ନାୟକ, ଶତଦୃ ସାହୁ, ବିଭୂତି ଭୂଷଣ ମିଶ୍ର, ପ୍ରଦୀପ ଯୋଶୀ ଓ ସବିତା ମିଶ୍ରଙ୍କ ସମେତ ଅନେକ କବି/କବୟିତ୍ରୀଗଣ ସ୍ୱ-ରଚିତ କବିତାମାନ ପଠନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top