ରେଡ଼ିଏନ୍ସ୍ କଲେଜରେ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ

ରେଡିଏନ୍ସ୍ +୨ କଳା ଫଳାଫଳର ଅପୂର୍ବ ସଫଳତା

ବରଗଡ/ବିଜେପୁର : ଚଳିତ ବର୍ଷ ସିଏଚଏସଇ ଦ୍ବାରା ପ୍ରକାଶିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଘୋଷିତ ହୋଇଥିବା ବେଳେ ବରଗଡ ଜିଲ୍ଲା ବିଜେପୁର ରେଡିଏନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଏଡଭାନସ୍ ଷ୍ଟଡିଜ୍ ର ଛାତ୍ରଛାତ୍ରୀ ଏଥିରେ ଉତ୍ତମ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଶିକ୍ଷାନୁଷ୍ଠାନର ଛାତ୍ରୀ ଗାୟତ୍ରୀ ପଟେଲ ଦଶମ ଶ୍ରେଣୀରେ ୪୦୮(୬୮%) ରଖିଥିବା ବେଳେ ଯୁକ୍ତ ଦୁଇରେ ସର୍ବାଧିକ ୫୩୫ ମାର୍କ ରଖି କଲେଜରେ ପ୍ରଥମ ସ୍ଥାନ ଓ ଛାତ୍ରୀ ନମିତା ନାୟକ ଦଶମ ଶ୍ରେଣୀରେ ୨୧୫ ମାର୍କ ରଖିଥିବା ବେଳେ ଯୁକ୍ତ ଦୁଇରେ ୪୩୮ ମାର୍କ ରଖି ୩୭.୧୭%(୨୨୩) ସର୍ବାଧିକ ମାର୍କ ଅକ୍ତିଆର କରି କଲେଜର ଗୌରବକୁ ଦ୍ବି-ଗୁଣିତ କରିଛନ୍ତି ।

ଏଠାରେ ୧୫୬ ଜଣ ଯୁକ୍ତ ଦୁଇ କଳା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୭ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀ, ୧୪୨ ଜଣ ଦଶମ ମାର୍କ ଠାରୁ ଯୁକ୍ତ ଦୁଇରେ ଅଧିକ ମାର୍କ ଅକ୍ତିଆର କରିଛନ୍ତି । ଏହି ଅବସରରେ ଅନୁଷ୍ଠାନର ଚେୟାରମେନ ଅଜିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଶ୍ରେଷ୍ଠ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସମର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । କରାଯାଇଛି । ଉପଦେଷ୍ଟା ଦେବବ୍ରତ ମେହେରଙ୍କ ସଂଯୋଜନାରେ ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର, ପ୍ରଫେସର୍ ରେବନ୍ତ କୁମାର ମେହେର। ଉପାଧ୍ୟକ୍ଷ ସଞ୍ଜୟ ବାରିକ ସମତେ ଅଧ୍ୟାପକ ଡ.ଡିଙ୍ଗର ବାଗ, ପ୍ରଫୁଲ୍ଲ ପଧାନ, ସୁରେନ୍ଦ୍ର ସେଠ୍, ଆଲୋକ ପୋଢ଼, ସଞ୍ଜୟ ପଧାନ, ଅଧ୍ୟାପିକା ଆୟୁଶା ପଧାନ, କୁମୋଦିନୀ ବାରିକ, ସୁପ୍ରିୟା ମେହେର, ହେଲିଶା ବେହେରାଙ୍କ ଦୃଢ଼ ଦାୟିତ୍ବ ଓ ପରିଶ୍ରମକୁ ଚେୟାରମେନ୍ ଶ୍ରୀ ମେହେର ପ୍ରଶଂସା ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ, ଯାହା ସମସ୍ତଙ୍କ ମନୋବଳକୁ ଆହୁରି ଶକ୍ତ କରିଥିଲା । ଏହି ସଭାରେ ଅନେକ ଅଭିଭାବକଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତାମାନ ଉପସ୍ଥିତ ଥିଲେ । ଚେୟାରମେନ ଶ୍ରୀ ମେହେର ମହାବିଦ୍ୟାଳୟର ଟପ୍ପର ହୋଇଥିବା ଛାତ୍ରୀ ଗାୟତ୍ରୀ ପଟେଲ, ସର୍ବାଧିକ ମାର୍କ ଅକ୍ତିଆର କରିଥିବା ନମିତା ନାୟକ ସହିତ ରୋଜି ଦିଓ୍ବାନ୍, ସୀମା ମେହେର, ପ୍ରତୀକ୍ଷାରାଣୀ ସା, ଅନୁ ଠାକୁର, ଚନ୍ଦ୍ରିକା ସାହୁ, ଳୋଜି ଭୁଏ, ପ୍ରିୟଙ୍କା ଆଚାର୍ଯ୍ୟ, ବବ୍ଲି ପଧାନ, ରାନୀ ସାହୁ, ପୂଜା ନାୟକ, ଅଙ୍କିତା ସାହୁ, ରମି ସାହୁ, ସୁଜ୍ଞାନି ନାୟକ, ନମ୍ରତା ଦୁର୍ଗା, ପ୍ରିୟା ମେହେର, ସ୍ମୃତିରେଖା ମେହେର, ଆଞ୍ଚଲ ମେହେର, ଚନ୍ଦ୍ରିକା ସାହୁ, ଗାୟତ୍ରୀ ଗଡତିଆ, ହାସିନା ଭୋଇ, ସିମରନ୍ ମେହେର, ଅଙ୍କିତା ମେହେର, ବର୍ଷା ଖମାରୀ, ଆସିକା ନାୟକ, ରିତୁ ଗଡତିଆ, ଅନାମିକା ସେଠ, ଲିଜା ମେହେର, ସଂଗୀତା ମେହେର, ଛାତ୍ର କ୍ଷିରୋଦ୍ର ସାହୁ, ରିତେଶ ପାଣ୍ଡେ, ସାହିଲ ଭୋଇ, ଶୋଭିତ ସାହୁ, ଚନ୍ଦନ ଖମାରୀ, ଭୋଲାଶଙ୍କର ହାତୀ, ଟୁଲେଶ୍ୱର୍ ଷାଣ୍ଢ, ଦେବାଶିଷ ବିଶ୍ବାଳ, ଆୟୁଷ ପଧାନ, ପୀୟୂଷ ମହାପାତ୍ର, ଆୟୁଷ୍ମାନ ସେଠ, ଅଙ୍କିତ ରଣା, ଶିବା ସାହୁ, ନିରାକାର ମେହେର, ରିତିକ୍ ବାଗ, ଅମିତ ବରିହା ଓ ନୂତନ ପଧାନଙ୍କୁ ଅଭିନନ୍ଦନ ଜଣାଇ ସମର୍ଦ୍ଧିତ କରିଥିଲେ ।

ଚେୟାରମେନ ଛାତ୍ରଛାତ୍ରୀ ମାନଙ୍କ ଆଗାମୀ ଭବିଷ୍ୟତ ପାଇଁ ଗୁରୁ ମନ୍ତ୍ରଣା ଦେଇଥିବା ବେଳେ ଅଧ୍ୟକ୍ଷ ପ୍ରଫେସର୍ ମେହେର ନୈତିକ ଗୁଣାବଳିକୁ ଆୟତ୍ତ ରଖିବାକୁ ମତ ରଖିଥିଲେ । ପ୍ରଫେସର୍ ରେବନ୍ତ ମେହେର ଛାତ୍ରଛାତ୍ରୀ ମାନଙ୍କ ଶୃଙ୍ଖଳାକୁ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଅକ୍ଲାନ୍ତ ପ୍ରଚେଷ୍ଟାକୁ ଦୋହରାଇଥିଲେ । ଉପାଧ୍ୟକ୍ଷ ଶ୍ରୀ ବାରିକ ଛାତ୍ରଛାତ୍ରୀ ମାନଙ୍କ କୃତିତ୍ୱକୁ ଭାବ ବିହ୍ୱଳ ହୋଇ ବକ୍ତବ୍ୟ ରଖି ସମସ୍ତ ଅଭିଭାବକ ରଖିଥିବା ବିଶ୍ୱାସ ଓ ଭରଷାକୁ ପ୍ରଶଂସା କରି ଶୁଭେଚ୍ଛା କାମନା କରିଥିଲେ । ଇଂରାଜୀ ଅଧ୍ୟାପକ ଡ଼.ବାଗ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ କ୍ଷେତ୍ରରେ ନୂତନ ଦିଗ୍ ଦର୍ଶନ ଦେଇ ଆଶୀର୍ବାଦ ପୂର୍ବକ ମତ ରଖିଥିଲେ। ଅଭିଭାବକ ମାନେ ଅନୁଷ୍ଠାନର ଦୃଢ଼ ଦାୟିତ୍ବବୋଧ ଓ ନିଆରା ପରମ୍ପରାକୁ ପ୍ରଶଂସା କରିଥିଲେ । ଶେଷରେ ଆଡମିନିଷ୍ଟେଟିଭ ଡାଇରେକ୍ଟର ଶ୍ରୀଯୁକ୍ତ ନେତ୍ରମଣୀ ମେହେର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା ପୂର୍ବକ ଅଭିନନ୍ଦନ ଜଣାଇ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ୨୦୧୬ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ଯୁକ୍ତଦୁଇ କଳା ବିଭାଗରେ ଛାତ୍ରଛାତ୍ରୀଙ୍କ କ୍ରମାଗତ ଅପୂର୍ବ ସଫଳତା ପାଇଁ ଅଭିଭାବକ ମହଲରେ ପ୍ରଶଂସା ବୃଦ୍ଧି ପାଇଛି ।

Leave a Comment

Your email address will not be published. Required fields are marked *

Scroll to Top