

ପହଣ୍ଡି ଉ.ପ୍ରା ସ୍କୁଲରେ ରାଷ୍ଟ୍ରୀୟ କ୍ରୀଡା ଦିବସ ପାଳିତ


ବରଗଡ/ବିଜେପୁର : ବରଗଡ ଜିିଲ୍ଲା ବିଜେପୁର ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପହଣ୍ଡି ଉ.ପ୍ରା ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । କ୍ରୀଡା ଶିକ୍ଷକ ହୃଦମଣୀ ସାହୁଙ୍କ ଆୟୋଜନ ତଥା ପରିଚାଳନାରେ ବରିଷ୍ଠ ଶିକ୍ଷକ ସୁମନ୍ତ କୁମାର ଗଡତିୟା ସଭାପତିତ୍ବ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସରୋଜ କୁମାର ପୁରୋହିତ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଗତିକୃଷ୍ଣ ପଧାନ ଉପସ୍ଥିତ ରହି ସୁଚିନ୍ତିତ ମତ ମନ୍ତବ୍ୟ ପ୍ରଦାନ କରିଥିଲେ ।


ସହକାରୀ ଶିକ୍ଷୟିତ୍ରୀ ସୁଚିସ୍ମୀତା ପଧାନ ଅତିଥିଗଣଙ୍କୁ ସ୍ବାଗତ ଓ ପରିଚୟ ପ୍ରଦାନ କରିଥିଲେ । ପ୍ରଥମେ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ତୈଳଚିତ୍ରରେ ଦୀପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅତିଥିଗଣ ଧ୍ୟାନଚାନ୍ଦଙ୍କ ଉପରେ ବିଶେଷ ଆଲୋଚନା ପରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ବିତରଣ କରିଥିଲେ ଓ ଏଥିରେ ସହକାରୀ ଶିକ୍ଷୟିତ୍ରୀ ରଶ୍ମୀମୟୀ ପଣ୍ଡା, ରୋଜିସ୍ମୀତା ସାହୁ ସହଯୋଗ କରିଥିଲେ । ଏହାପରେ କ୍ରୀଡା ପ୍ରତି ଋଚି ରଖିବା ସହିତ ସ୍ବାସ୍ଥ୍ୟବାନ୍ ହେବା ନିମିତ୍ତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ସାହୁଙ୍କ ଉଦ୍ବୋଧନ ଚିତ୍ତାକର୍ଷକ ଥିଲା । ଶେଷରେ ସହକାରୀ ଶିକ୍ଷକ ଶାନ୍ତନୁ କୁମାର ମେହେର ମେହେର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





