ମରଣାତ୍ମକ ଆକ୍ରମଣକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ – ବାର୍ ଏସୋସିଏସନ ବିଜେପୁର

ମରଣାତ୍ମକ ଆକ୍ରମଣକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ – ବାର୍ ଏସୋସିଏସନ ବିଜେପୁର

ବିଜେପୁର : ସମାଜ ପ୍ରତି ଗୁରୁ ଦାୟୀତ୍ବ ରହିତ ଜଣେ ଆଇନଜୀବୀ ଯିଏ ନିଜର କର୍ତ୍ତବ୍ୟରେ ନ୍ୟାୟ ପ୍ରଦାନ ଓ ଆଇନ ଶାସନ, ମୌଳିକ ଅଧିକାରର ସୁରକ୍ଷା, ଆଇନଗଣ ସଚେତନତା ସୃଷ୍ଟି, ବିନା ମୂଲ୍ୟରେ ଆଇନ ସହାୟତା, ସାମାଜିକ ସଂସ୍କାର ଓ ସାଧାରଣ ସ୍ବାର୍ଥରକ୍ଷା, ନିରପେକ୍ଷ ମଧ୍ୟସ୍ଥତା ଆଦି ସମାଜ ହିତରେ କରିଆସୁଅଛି, ସେପରି ଏକ ବ୍ୟକ୍ତିତ୍ବ ଉପରେ ହୋଇଥିବା ମରଣlତ୍ମକ ଆକ୍ରମଣ ବିରୋଧରେ ସ୍ବର ଉତ୍ତୋଳନ ପୂର୍ବକ ଏହାର ଦୃଢନିନ୍ଦା କରାଯାଇଛି ବରଗଡ ଜିଲ୍ଲା ବିଜେପୁର ବାର ଏସୋସିଏସନ ତରଫରୁ । ବରଗଡ ଜିଲ୍ଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଆଇନ ବ୍ୟବସ୍ଥା ଓ ଓକିଲ ସମାଜର ସୁରକ୍ଷା ପ୍ରତି ଗୁରୁତର ଚ୍ୟାଲେଞ୍ଜ ଏବଂ ସମାଜ ପ୍ରତି ଶାସନ ପ୍ରଶାସନର ଅବହେଲିତ ଆଖିଦୃଶିଆ ନଜର ରହୁଛି ବୋଲି ସ୍ଥାନୀୟ ବିଜେପୁର ବାର ଏସୋସିଏସନ ଠାରେ ଅନୁଷ୍ଠିତ ବୈଠକରେ ମନ୍ତବ୍ୟ ପ୍ରକାଶ ପାଇଛି । ଏସୋସିଏସନର ସଭାପତି ଲୋକନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜରୁରୀ ବୈଠକରେ ଏସୋସିଏସନ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ବରଗଡର ଓକିଲ ସଂଘ ସଭାପତି ବରିଷ୍ଠ ଓକିଲ ଭୀଷ୍ମଦେବ ସରାଫଙ୍କ ଉପରେ ଘଟିଥିବା ଘଟଣାର ଅମୂଳଚୂଳ ବିଚାରବିମର୍ଷ ପରେ ଏସୋସିଏସନ ତରଫରୁ ଘଟଣାକୁ ଘୋରନିନ୍ଦା କରାଯିବା ସହିତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦୃଢ ଦାବୀ କରାଯାଇଛି। ଶାସନ ପ୍ରସାଶନ ଏହାର ନିରପେକ୍ଷ ତଦନ୍ତ ପୂର୍ବକ ଉଚିତ ପଦକ୍ଷେପ ଗ୍ରହଣ ସହିତ ଆଗାମୀ ଦିନରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ଧ୍ୟାନ ରଖିବେ ବୋଲି ଆଶା ପ୍ରକଟ କରିଛନ୍ତି । ବୈଠକରେ ଏସୋସିଏସନର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top