ଜାଲପାଲି ବାହୁଡା଼ଯାତ୍ରାରେ ବିଶାଳ ଜନ ସମାଗମ

ପୁରୁଷ ଓ ମହିଳା ଉଭୟେ ଟାଣିଲେ ରଥ

ବରଗଡ/ବିଜେପୁର : ଓଡିଶାରେ ବାରମାସେ ତେର ପରବ । ସେଥି ମଧ୍ୟରୁ ରଥଯାତ୍ରା ହେଉଛି ଅନ୍ୟତମ । ରାଜ୍ୟରେ ବିଭିନ୍ନ ଗ୍ରାମରେ ରୀତିନୀତି ଅନୁସାରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ଓ ବାହୁଡାଯାତ୍ରା ପାଳିତ ହୁଏ । ସେହିପରି ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମରେ ପଁର୍ରାଟିକ୍ରା ଦଶମୀ ଯାତ୍ରା କମିଟି ତରଫରୁ ଏ ବର୍ଷର ବାହୁଡାଯାତ୍ରା ଆବେଗିକ ଭାବଭକ୍ତିମୟ ଆଧ୍ୟାତ୍ମିକ ପରିବେଶରେ ଅସଂଖ୍ୟ ଭକ୍ତ, ଦର୍ଶକଙ୍କ ଗହଣରେ ପାଳିତ ହୋଇଯାଇଛି । ମହାପ୍ରଭୂ ରଥରେ ବସି ଗାଆଁଦାଣ୍ଡ ତଥା ବଡଦାଣ୍ଡରେ ବିରାଜମାନ କରିଥିବା ବେଳେ ଉଭୟ ମହିଳା ଓ ପୁରୁଷ ଭକ୍ତ ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଦର୍ଶକଙ୍କ ଭିଡରେ ରଥ ଦଉଡି ଟାଣି ଟାଣି ପଁର୍ରାଟିକ୍ରା ପର୍ଯ୍ୟନ୍ତ ନେଇଥିଲେ ।

ସେଠାରେ ବିଭିନ୍ନ ପ୍ରକାର ଭୋଗ ନେଇ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ଏହାପରେ ବ୍ୟବସ୍ଥିତ ଅନ୍ନଭୋଗ ପ୍ରସାଦ ସେବନ କରି ସମସ୍ତେ ଆତ୍ମସନ୍ତୋଷ ଲାଭ କରିଥିଲେ । ସନ୍ଧ୍ୟାରୁ ମଧ୍ୟରେତ୍ରୀ ପର୍ଯ୍ୟନ୍ତ ବୈଠକି କାର୍ଯ୍ୟକ୍ରମରେ ଚାରପାଲି ଓ ପଡା ଗ୍ରାମର ମହିଳା ସଂକୀର୍ତ୍ତନ୍ୟ ଦଳ କଳା ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଜାଲପାଲି ପଁର୍ରାପାଟ ଦଶମୀ ଯାତ୍ରା କମିଟି ତରଫରୁ ଆୟୋଜିତ ଏହି ବାହୁଡାଯାତ୍ରା ପାଳନ କାର୍ଯ୍ୟକ୍ରମରେ ସଭାପତି ସମାରୁ ମେହେର, ସମ୍ପାଦକ ନରେଶ ମେହେର, କୋଷାଧ୍ୟକ୍ଷ ପ୍ରଦୀପ ମେହେର ଓ ଉପଦେଷ୍ଟା କମିଟିର ପେଟୁ ମେହେର ଓ ରମେଶ ମେହେର ସମେତ ସଦସ୍ୟମାନେ ସକ୍ରୀୟ ସାମିଲ ଥିଲେ । ମନ୍ଦିର ପୂଜକ ଓଁକାର ଦାଶ ଓ ତାଙ୍କ ପୁତ୍ର, ଭାଇ ପୂଜା ସେବା କାର୍ଯ୍ନଯ ତୁଲାଇ ଥିଲେ । ଆଗାମୀ ଦିନରେ ଆହୁରୀ ଆକର୍ଷଣୀୟ ଭାବେ ଏହି ପର୍ବ ପାଳନ କରାଯିବ ବୋଲି ସଭାପତି ଶ୍ରୀ ମେହେର ସୂଚନା ଦେଇଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top