ଦୁଇଦଫା ଦାବୀନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଦୁଇଦଫା ଦାବୀନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ବରଗଡ: ୨୦୦୮ ମସିହାରୁ ନିଯୁକ୍ତି ପାଇଥିବା ଗାଁ ସାଥି (ମେଟ୍) ମାନଙ୍କୁ ମାସିକ ସର୍ବନିମ୍ନ ୧୫,୦୦୦ ଟଙ୍କା ଦରମା ପ୍ରଦାନ ତଥା ଗାଁ ସାଥି (ମେଟ୍) ମାନଙ୍କୁ ବ୍ଲକ କେଡରଭୂକ୍ତ କରିବା ସହିତ ଦିର୍ଘ ଦିନ ଧରି ବକେୟା ଥିବା ସେମି ସ୍କିଲ୍ ପେମେଣ୍ଟ୍ ତୁରନ୍ତ ପ୍ରଦାନ କରିବା ନିମିତ୍ତ ରାଜ୍ୟ ଗାଁ ସାଥି (ମେଟ୍) ମଜଦୁର ସଂଘ ଭୁବନେଶ୍ବରର ପରାମର୍ଶ କ୍ରମେ ଆଜି ବରଗଡ ଜିଲ୍ଲା ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶାଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ୧୮ ବର୍ଷ ଧରି ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ଆଧାରରେ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇ ସରକାରଙ୍କ କାର୍ଯ୍ୟକୁ ସଫଳ ରୂପାୟନ କରି ସରକାରୀ ମାନ୍ୟତା ଏବଂ ଦରମା ପାଇଁ ସରକାରଙ୍କ ପାଖରେ ବାରମ୍ବାର ଦାବୀ ରଖିଆସୁଥିଲେ ମଧ୍ୟ ଅଦ୍ୟାବଧି ତାହା ପୂରଣ ହୋଇପାରି ନାହିଁ ଏବଂ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେମାନଙ୍କ ପାଇଁ ଦରମା ଓ ସରକାରୀ ମାନ୍ୟତା ଦେବା ପାଇଁ ସରକାରଙ୍କ ଦୃଢ଼ ପ୍ରତିଶୃତି ପାଇଁ ନୂତନ ଆଶାର କିରଣ ପ୍ରଦାନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ଫଳପ୍ରଦ ହୋଇପାରି ନଥିବା ବେଳେ ଯଥାଶୀଘ୍ର ଦାବୀ ପୂରଣ କରିବା ପାଇଁ ଗାଁ ସାଥି ସଂଘ ତରଫରୁ ବରଗଡ ଜିଲ୍ଲାପାଳଙ୍କ ଜରିଆରେ ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଛି । ସେପ୍ଟେମ୍ବର ୨୨ ମଧ୍ୟରେ ଉପରୋକ୍ତ ଦାବୀ ପୂରଣ ନହେଲେ ଆଗାମୀ ସେପ୍ଟେମ୍ବର ୨୩ ଦିନ ସମଗ୍ର ଓଡିଶାର ଗାଁ ସାଥି (ମେଟ୍) ମଦଜୁର ସଂଘ ରାଜଧାନୀ ରାଜରାସ୍ତାରେ ୫୦ ହଜାରରୁ ଉର୍ଦ୍ଧ ସାମିଲ ଥିବା ଗାଁ ସାଥି ବିଶାଳ ପଦଯାତ୍ରା କରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଜିଲ୍ଲା ସଂଘ ଠାରୁ ପ୍ରକାଶ । ଉକ୍ତ ଦାବୀପତ୍ର ପ୍ରଦାନ ସମୟରେ ରାଜ୍ୟ ଗାଁ ସାଥ୍ (ମେଟ୍) ମଜଦୁର ସଂଘ ବରଗଡ ଜିଲ୍ଲା ଶାଖା ସଭାପତି ବିପିନ ବିହାରୀ ସାହୁ, ସମ୍ପାଦକ ପ୍ରଦୀପ କୁମାର ପଟେଲ, କୋଷାଧ୍ୟକ୍ଷ ଲକ୍ଷ୍ମଣ ଡନସନା ଏବଂ ରାଜ୍ୟ ସହ-ସମ୍ପାଦକ ଶୋଭାକର ସାହୁଙ୍କ ସମେତ ସମସ୍ତ ବ୍ଲକର କର୍ମକର୍ତ୍ତା ଓ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top