ଚାରପାଲିରେ ବ୍ଲକ ସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭି 2026

ଚାରପାଲିରେ ବ୍ଲକ ସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭି 2026

ବରଗଡ଼ /ବିଜେପୁର : ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ । ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଚାରପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭି 2026 ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଜୟକୣଷ୍ନ ଡନସନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁଏ, ଶିକ୍ଷାପ୍ରେମୀ ଦେବେନ୍ଦ୍ର ସାହୁ, ସହକାରୀ ଗେଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା ଓ ପୂର୍ଣ୍ଣ ଚନ୍ଦ୍ର ପଧାନ, ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ବେହେରା, ସ୍ଥାନୀୟ ପ୍ରଧାନ ଶିକ୍ଷକ ଭାର୍ଗବ ଚନ୍ଦ୍ର ନାଏକ ସମ୍ମାନୀୟ ଅତିଥି ଭାବେ ଯେଗଦେଇ ଶିଶୁ ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ। ସଂସ୍କୃତ ଶିକ୍ଷକ ଚନ୍ଦ୍ରମଣି ସାହୁ ମଞ୍ଚ ପରିଚାଳନା କରିଥିଲେ। ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ମହୋତ୍ସବରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯେଗିତାରେ ସାମିଲ ହେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଥିରେ ବିଭିନ୍ନ ସୃଜନଶୀଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରତିଭା ଅନ୍ୱେଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ। ଉଦଯାପନୀ ସମାରୋହରେ ବିଇଓ ବଲ୍ଲଭ ମେହେରଙ୍କ ପୌରୋହିତ୍ୟରେ ବିଧାୟକ ସନତ କୁମାର ଗଡ଼ତୀୟା ମୁଖ୍ୟ ଅତିଥି ଏବିଇଓ ପୂର୍ଣ୍ଣଚନ୍ଦ୍ର ପଧାନ ଓ ଦିବାକର ବରିହା ସମ୍ମାନୀୟ ଅତିଥି ଭାବେ ଯେଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ଡକ୍ଟର ପ୍ରଦୀପ କୁମାର ପ୍ରଧାନ,, ଅଧ୍ୟାପକ ବଳିଷ୍ଠ ପୁରୀ ଓ ରଶ୍ମିରେଖା ବାରିକ, ସୁଷମା ଭେଇ, ଦେବେନ୍ଦ୍ର ମଟାରୀ, ବିଜୟ ବେଶ୍ରା ପ୍ରମୁଖ ବହୁ ବରିଷ୍ଠ ବିଦ୍ବାନ ବିଚାରକ ଦାୟିତ୍ୱ ସମ୍ପାଦନ କରିଥିଲେ। ସ୍ଥାନୀୟ ଛାତ୍ରୀମାନେ ସଂସ୍କୃତ ଭାଷାରେ ପ୍ରାରମ୍ଭିକ, ସ୍ୱାଗତ ଓ ଉଦଯାପନୀ ସଙ୍ଗୀତ ଗାୟନ କରିଥିଲେ। ସମସ୍ତ ପରିଚାଳନା କମିଟି ସଦସ୍ୟ, ଶିକ୍ଷକ/ଶିକ୍ଷୟିତ୍ରୀ ବୁଦ୍ଧିଜୀବୀ ତଥା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପ ପାଇଥିଲା। ଏଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ନିଜ ପ୍ରତିଭାକୁ ପ୍ରକାଶ କରିବାର ନୂତନ ଉତ୍ସାହ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। କୃଷ୍ଣ ଚନ୍ଦ୍ର ନାଏକଙ୍କ ସଂଯୋଜନାରେ ମନୋରମ ଦଳଗତ ସାଂସ୍କୃତିକ ପରିବେଷିତ ହୋଇଥିଲା। ବାସୁଦେବ ପଧାନ, ହେମନ୍ତ କୁମାର ଆରୁକ, ପ୍ରଫୁଲ୍ଲ ଭୋଇ, ପ୍ରକାଶ ମହାନନ୍ଦ, ସୀତାରାମ ଦୀପ, ରାଜେଶ୍ବର ବେହେରା, ଦୁର୍ବାଦଳ ବଡଗୋଛିଆ, ପ୍ରଭାତ ରଞ୍ଜନ ସାହୁ, ସୁଧାଂଶୁ ଶେଖର ଜାଲ, ତ୍ରିନାଥ ସେଠ,ଡୋଳାମଣି କୁମ୍ଭାର, ନବୀନ କୁମାର ସାହୁ ପ୍ରମୁଖ ସିଆରସିସିଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷକ ବିଜୟ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top