ବୃକ୍ଷରୋପଣ ପାଇଁ ଅଭିନବ ପ୍ରୟାସ

ଗଛ୍ ଟେ – ଭବିଷ୍ୟତ୍ କେ ସଜ୍ ଟେ

ବରଗଡ : ପରିବେଶ ଚେତନାକୁ ଜାଗ୍ରତ କରିବା ପାଇଁଁ ‘ଗଛ୍‌ଟେ – ଭବିଷ୍ଯତ୍‌କେ ସଜ୍‌ଟେ’ ଜିଲ୍ଲାରେ ଥିବା ୧୭୧୨ଟି ସ୍କୁଲ ଓ ୮୪ଟି କଲେଜ୍ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବା ଭଲି ଏକ ଅଭିନବ ପଦକ୍ଷେପର ଶୁଭ ଅନୁକୂଳ ବରଗଡ଼ର ସର୍ବ ପୁରାତନ ଜର୍ଜ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ମାଁ ସେବା ସଂସ୍ଥା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୋଇ ଓ ବରଗଡ଼ ଧନୁଯାତ୍ରା ମସୋତ୍ସବ ସମିତିର ସଂପାଦକ ସୁରେଶ୍ବର ସତପଥୀ ଅତିଥି ଭାବରେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ।ଏହି ଅବସରରେ ଅତିଥିଗଣ ସାମ୍ପ୍ରତିକ ସମୟରେ ଦେଖା ଦେଉଥିବା ପ୍ରଚଣ୍ଡ ରୌଦ୍ରତାପ ଓ ପରିବେଶ ପ୍ରଦୂଷଣ ଜନିତ ଦୁଃସ୍ଥିତି ସହିତ ଉତ୍ତପ୍ତ ବାୟୁ ଜଳାଭାବ ହେତୁ ସୃଷ୍ଟି ହେ‌ଉଥିବା ସଂକଟର ଏକ ମାତ୍ର ମୁକ୍ତିର ମାର୍ଗ ଭାବେ ବୃକ୍ଷରୋପଣ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଭାଷାବିତ ଆଲୋଚକ ସଂଗଠକ ଉତ୍ପନ୍ନ କୁମାର ଭୋଇ, ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ବତି ଦାଶ, ଦାମ୍ବୋଦର ସାହୁ, ଦିବ୍ୟକାନ୍ତି ଭୋଇ, କନକ ପଧାନ, ଡୋଲାମଣି ସତପଥୀ, ନରେନ୍ଦ୍ର ମହାନ୍ତି, ପ୍ରଦୀପ ସାହୁ, ପଞ୍ଚାନନ ବାରିକ, ତେଜରୁ ବାରିକ, ଲଲିତ ସାହୁ, ମାମରାଜ ସ୍ବାଇଁ, ଅହଲ୍ୟା ପଧାନ, ସଦାନନ୍ଦ ଜାଲ, ମନୋଜ ବାଗ ପ୍ରମୁଖ ସାହିତ୍ୟିକ ଶିକ୍ଷାବିତ ପରିବେଶ ପ୍ରେମୀ ବୁଦ୍ଧିଜୀବୀ ଯୋଗଦେଇଥିଲେ । କାର୍ଯକ୍ରମ ଆୟୋଜନରେ ମାଁ ସେବା ସଂସ୍ଥାର ସହଯୋଗୀ ସାମନ୍ତ ପଧାନ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ଉଦ୍ୟୋକ୍ତା ଉମେଶ ପଧାନ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top